www.samajalive.in
Saturday, December 6, 2025
23.1 C
Bhubaneswar

ବକ୍ସିଂ ଡେ’ ଟେଷ୍ଟ୍ : ଘରୋଇ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ, ୧୯୫ରେ ଅଟକିଲା କଙ୍ଗାରୁ

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଶନିବାରରୁ ଖେଳା ଯାଉଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ​‌ ହୋଇ ୧୯୫ ରନ୍‌ରେ ଅଲ୍ଆଉଟ୍ ହୋଇଯାଇଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲା କିନ୍ତୁ ତାହା ସମ୍ଭବ କରିବାକୁ ଦେଇନଥିଲେ ଭାରତୀୟ ବୋଲର୍‌। ପ୍ରଥମ ଇଂନିସରେ ୭୨.୩ ଓଭରର ଖେଳ ଖେଳି ୧୯୫ ରନ୍‌ରେ ଅଲ୍‌ଆଉଟ୍ ହୋଇଛି।  ଅଷ୍ଟ୍ରେଲିଆ ପକ୍ଷରୁ ୱେଡ ୩୦, ମାର୍ନସ ଲାବୁଶେ ୪୮, ହେଡ୍ ୩୮, ଗ୍ରୀନ୍‌ ୧୨,ପାଇନ୍‌ ୧୩, ଲାଏନ୍ ୨୦ କରିଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍ ସ୍ମିଥ୍ ଡକ୍‌ରେ ପ୍ୟାଭିଲିୟନ ଫେରିଥିଲେ।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ମହମ୍ମଦ ସିରାଜ ତାଙ୍କର ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବର୍ତ୍ତମାନ ସୁଦ୍ଧା ୨ ୱିକେଟ ନେଇ ସାରିଛନ୍ତି।  ସେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାସମ୍ୟାନ ତଥା ବ୍ୟାଟିଂ ଲାଇନ ଅପ୍‌ର ମେରୁଦଣ୍ଡ କୁହାଯାଉଥିବା ମାର୍ନସ ଲାବୁଶେନ ଏବଂ ଗ୍ରୀନଙ୍କୁ ଆଉଟ କରି ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି ମହମ୍ମଦ ସିରାଜ। ସେହିପରି ଭାରତୀୟ ବୋଲର ମାନଙ୍କ ମଧ୍ୟରୁ ୟଜପ୍ରୀତ ବୁମରା ୪ଟି, ରବିଚନ୍ଦ୍ରନ ଅଶ୍ବନୀ ୩ଟି ଏବଂ ରବିନ୍ଦ୍ର ଜଡେଜା ଗୋଟିଏ  ୱିକେଟେ ହାସଲ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories