www.samajalive.in
Monday, December 15, 2025
26.1 C
Bhubaneswar

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚୟନ ସରିଛି, କେବଳ ଘୋଷଣା ବାକି ରହିଛି: ଦାନଭେ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାହାର ଚୟନ ଶେଷ ହୋଇଛି। କେବଳ ବିଜେପି ବରିଷ୍ଠ ନେତୃବୃନ୍ଦଙ୍କ ଘୋଷଣା ବାକି ରହିଛି। ଏଭଳି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ବିଜେପି ନେତା ରାଓସାହେବ ଦାନଭେ। ସେ ସଙ୍କେତ ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ମହାରାଷ୍ଟ୍ରବାସୀ ଭଲ ଭାବେ ଜାଣିଛନ୍ତି।

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହେବାର ୮ ଦିନ ବିତିଗଲାଣି। ହେଲେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ମହାୟୁତି ମେଣ୍ଟ ପକ୍ଷରୁ ଏଯାଏ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା ହୋଇନାହିଁ। ମେଣ୍ଟ ମଧ୍ୟରୁ ବିଜେପି ସର୍ବାଧିକ ୧୩୨ ଆସନରେ ବିଜୟୀ ହୋଇଥିବାରୁ ସେହି ଦଳରୁ ହିଁ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି। ମେଣ୍ଟ ସହଯୋଗୀ ତଥା ଶିବସେନା ଏସଏଚଏସ ମୁଖ୍ୟ ଏକନାଥ ସିନ୍ଦେ ମଧ୍ୟ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ଵ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଛାଡ଼ିଛନ୍ତି। ତେଣୁ ବିଜେପି ହାଇକମାଣ୍ଡ ହିଁ ମୁଖ୍ୟମନ୍ତ୍ରୀ ଚୟନ କରିବା ସ୍ପଷ୍ଟ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦେବେନ୍ଦ୍ର ଫଡନବୀସ ହିଁ ଏକମାତ୍ର ଦାବିଦାର ବୋଲି କୁହାଯାଉଥିଲେ ହେଁ  ଦଳୀୟ ଘୋଷଣା ଉପରେ ସବୁକିଛି ନିର୍ଭର କରୁଛି ବୋଲି କୁହାଯାଉଛି। ତେବେ ଦାନଭେଙ୍କ ସଙ୍କେତ ବି ଫଡନବୀସଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛି। ସେପଟେ ସରକାର ଗଠନରେ ଅହେତୁକ ବିଳମ୍ବ ଯୋଗୁ ବିରୋଧୀମାନେ ମହାୟୁତିର ୩ ପ୍ରମୁଖ ସହଯୋଗୀ ଦଳକୁ କଡ଼ା ସମାଲୋଚନା କରୁଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories