www.samajalive.in
Saturday, December 6, 2025
14.1 C
Bhubaneswar

ସ୍ବାତୀ ଓ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର

ଜି ଉଦୟଗିରି: ବିଶ୍ବ ଏଡ୍‌ସ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ବାତୀ ଏବଂ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ଗୁଟିଙ୍ଗିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର, ସରପଞ୍ଚ ଆକାଂକ୍ଷା ପ୍ରଧାନ ଓ ସଂଗଠନର ଅଧ୍ୟକ୍ଷ ପ୍ରଦୀପ କୁମାର ଶତପଥି ଯୋଗ ଦେଇ ରିବନ୍ କାଟି ଶିବିରକୁ ଉଦଘାଟନ କରିଥିଲେ। ସଂଗଠନର ସମ୍ପାଦକ ଇଂ. ହରିଶଙ୍କର ରାଉତ ୫୦ ଥର ପାଇଁ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ସେଚ୍ଛାକୃତ ରକ୍ତଦାତାଙ୍କଠାରୁ ମୋଟ୍‌ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ଗିରିଶ ଚନ୍ଦ୍ର ସାମଲ, ବିଶ୍ବରଂଜନ କର, ରମେଶ ଚନ୍ଦ୍ର ବେହେରା ଓ ଏଚଡିଏଫସି ମୁଖ୍ୟ ଦିପ୍ତି ପ୍ରାସାଦ ରଥ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories