www.samajalive.in
Saturday, December 6, 2025
16.1 C
Bhubaneswar

ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ବାହାରିଲା ଟାଙ୍ଗିଆ

ସମାଜ ଡିଜିଟାଲ ଡେସ୍କ: କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା(ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଅଞ୍ଚଳର ବିବେକ କଅଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବାବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଟାଙ୍ଗିଆ କଢ଼ାଯାଇଛି। ବିଭାଗୀୟ ଡାକ୍ତର ପ୍ରତାପ ଶତପଥୀ ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦେଇଛନ୍ତି ଏସସିବି ନ୍ୟୁରୋସର୍ଜରୀ ବିଭାଗ ଡାକ୍ତର ରୋସନ ମେହେର। ଏହାସହ ଯେତେବେଳେ ବିବେକ ଏସସିବିରେ ପହଞ୍ଚିଥିଲେ ସେହି ସମୟରେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ମୁଣ୍ଡରୁ ରକ୍ତସ୍ରାବ ସାଙ୍ଗକୁ ବହୁତ ଯନ୍ତ୍ରଣାରେ ଥିଲେ। ଏପିରିକି ଅସ୍ତ୍ରୋପଚାର ସମୟରେ ଜଣେ ଡାକ୍ତର ସେହି ଟାଙ୍ଗିଆକୁ ଧରି ରଖିଥିଲେ। ଅନେକ ସମୟ ଧରି ଚାଲିଥିଲା ଅପରେସନ।

ବିବେକଙ୍କ ପତ୍ନୀ ମମତା ଦେଇଥିବା ସୂଚନା ଅନୁଯାୟୀ, ବିବେକଙ୍କ ବାପା ଓ ଦୁଇ ଜଣ ଯୁବକ ଘରେ ନିଶା ପାନ କରିବା ସମୟରେ ବଡ଼ ଧରଣର ବଚସା ହୋଇଥିଲା। ଏହି ସମୟରେ ବିବେକ କଅଁର ଝଗଡ଼ା ରୋକିବା ପାଇଁ ପ୍ରୟାସ କରିବା ସମୟରେ ମୁଣ୍ଡକୁ ଟାଙ୍କିଆରେ ଆକ୍ରମଣ କରିଥିଲେ ତାଙ୍କ ନିଶାସକ୍ତ ବାପା। ଘଟଣା ସ୍ଥଳରେ ଗୁରୁତର ହୋଇପଡ଼ିଥିଲେ ବିବେକ। ପ୍ରଥମେ ନିକଟସ୍ଥ ଟୀକାବାଲି ହସ୍ପିଟାଲ ପରେ ଏମକେସିଜି ଓ ଶେଷରେ ଏସସିବି ମେଡିକାଲରେ ଶନିବାର ସକାଳେ ଭର୍ତ୍ତି ହୋଇଥିଲେ ବିବେକ। ବିଳମ୍ବିତ ରାତିରେ ଅସ୍ତ୍ରୋପଚାର ଶେଷ ହେବାପରେ ବିବେକ ବିପଦମୁକ୍ତ ରହିଥିବା କହିଛନ୍ତି ଡାକ୍ତର।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories