www.samajalive.in
Monday, December 15, 2025
15.1 C
Bhubaneswar

ନୀତି ନିଷ୍ପତ୍ତି ସମୟରେ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଲୋକୋ ପ୍ରଶାସନ ବିଭାଗ ଓ ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଭୁବନେଶ୍ୱର ଶାଖାର ମିଳିତ ଆନୁକୁଲ୍ୟରେ “ରାଜ୍ୟ ଏବଂ ନାଗରିକଙ୍କ ମଧ୍ୟରେ ବିକାଶ ଯୋଜନା ଏବଂ ସମନ୍ୱୟ” ଶୀର୍ଷକ ଏକକ ନୀତି ବିମର୍ଶ ବକ୍ତୃତାମାଳା – ୨୦୨୪ ଆୟୋଜିତ ହୋଇଯାଇଛି । ଏହି ଏକକ ନୀତି ବିମର୍ଶ ବକ୍ତୃତାମାଳାରେ ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ କରୁଣାକର ପଟ୍ଟନାୟକ ସଭାପତିତ୍ବ କରି କହିଥିଲେ ଯେ ଅଣକେନ୍ଦ୍ରିକ ପ୍ରଶାସନ ଆମ ଦେଶରେ କାର୍ଯ୍ୟ କରୁଛି ।

ଯାହାକି ଲୋକଙ୍କୁ ସରକାର ସହ ଯୋଡୁଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଏକାଧିକ ଥର ଯୋଜନା ମଧ୍ୟ କରାଯାଇଛି । ସରକାର ବା ପ୍ରଶାସନ ସବୁବେଳେ ଅଣକେନ୍ଦ୍ରିକ ହେବା ଆବଶ୍ୟକ । ନୀତି ନିଷ୍ପତ୍ତି ସମୟରେ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଲୋକଙ୍କ ମତାମତ ଅନୁସାରେ ନିୟମ ପ୍ରଣୟନ କରାଗଲେ ତାହା ଲୋକାଭିମୁଖୀ ହୋଇଥାଏ । ରାଜନୀତିଜ୍ଞମାନେ ସମ୍ବିଧାନରେ ନିୟମ ପ୍ରଣୟନ କରୁଥିବାବେଳ ପ୍ରଶାସକମାନେ ଏହାକୁ କାର୍ଯ୍ୟକାରୀ କରିଥାନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

- Advertisement -

ନୀତି ବିମର୍ଶ ବକ୍ତୃତାମାଳାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୂର୍ବତନ ଉନ୍ନୟନ କମିଶନର ଡ.ରବି ନାରାୟଣ ସେନାପତି କହିଛନ୍ତି ଯେ ବ୍ଲକ ଆଉ ପଞ୍ଚାୟତ ଭଳି ଛୋଟ ଛୋଟ ୟୁନିଟ ହେଲେ ହିଁ ସରକାର କାର୍ଯ୍ୟ କରିବା ସହଜ ହୋଇଥାଏ । ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଆଜିର ଯୁବପିଢି ଭଲ କାମରେ ନିଜକୁ ନିୟୋଜିତ କରିବା ଦରକାର। ଆଜିର ସମୟରେ କ୍ଷୁଦ୍ର ଉଦ୍ୟୋଗୀ ସୃଷ୍ଟି କରିବାର ବହୁତ୍ ଆବଶ୍ୟକତା ରହିଛି ଓ ସେମାନଙ୍କୁ ବ୍ଲକ ସ୍ତରରେ ପ୍ରୋତ୍ସାହନ ମିଲବା ଦରକାର ।

କିଟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ପୂର୍ବତନ ଡିନ ପ୍ରଫେସର ସତ୍ୟନାରାୟଣ ମିଶ୍ର ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ କିଭଳି ହାସଲ କରାଯାଇପାରିବ ଏବଂ ଏହାକୁ ନେଇ ସରକାର କିଭଳି ନୀତି ପ୍ରସ୍ତୁତ କରିବେ ଯାହା ଜନସାଧାରଣଙ୍କ ହିତରେ ଆସିପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ଼ ପ୍ରତିମା ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ରଖିଥିଲେ। ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଭୁବନେଶ୍ୱର ଶାଖା ଉପାଧ୍ୟକ୍ଷ ଡ଼ ଚିତ୍ରା କାନୁନଗୋ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଉପାଧ୍ୟକ୍ଷ ଡ଼ ପ୍ରତିପ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

ଉତ୍କଳ ବିଶ୍ଵବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡ ସ୍ଵର୍ଣ୍ଣମୟୀ ତ୍ରିପାଠୀ ଏକକ ନୀତି ବିମର୍ଶ ବକ୍ତୃତାମାଳାର ସାରାଂଶ ଉପସ୍ଥାପନ କରିଥିବାବେଳେ ସହକାରୀ ପ୍ରଫେସର ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories