www.samajalive.in
Thursday, December 11, 2025
23.1 C
Bhubaneswar

ଗାଁକୁ ଯାଇପରିଲାନି ଆମ୍ବୁଲାନ୍ସ, ଖଟିଆରେ ରୋଗୀ ମୃତ

ଭବାନୀପାଟଣା: ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସଦର ବ୍ଲକ୍ ଯୁଗସାଏପାଟଣା ପଂଚାୟତ ଅନ୍ତର୍ଗତ  ମାଣ୍ଡିଆବିରି ଗାଁର ଜଣେ ରୋଗୀ ଆଜି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଆଜି ମାଣ୍ଡିଆବିରି ଗାଁର ସୁବାସ ଦଳପତିଙ୍କ ସ୍ତ୍ରୀ ଚନ୍ଦ୍ରିକା ଦଳପତି (୩୫) ଙ୍କ ପେଟ ବ୍ୟଥା ଏବଂ ବାନ୍ତି ହେଇଥିଲା। ଏସଂକ୍ରାନ୍ତରେ ସୂଚନା ପାଇଁ ଆଶା କର୍ମୀ ସୁରାଇ ନାଏକଙ୍କ ସହାୟତାରେ ରୋଗୀଙ୍କୁ ଜଙ୍ଗଲ ରାସ୍ତାରେ ଖଟିଆରେ ଅଣାଯାଉଥିଲା। ଆଶାକର୍ମୀ କୌଣସି ମତେ ଆମ୍ବୁଲାନ୍ସକୁ ସୂଚନା ଦେବାରୁ ଭବାନୀପାଟଣାରୁ ଆମ୍ବୁଲାନ୍ସ ଯାଇଥିଲା। କିନ୍ତୁ ଯୁଗସାଏପାଟଣାରୁ ଆଗକୁ ରାସ୍ତା ନଥିବାରୁ ଶିବ ମନ୍ଦିର ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା। ତେବେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ଆଗରୁ  ବାଟରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏଣୁ ରୋଗୀକୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିବା ବଦଳରେ ପରିବାର ଲୋକେ ମୃତଦେହକୁ ଗାଁକୁ ଫେରାଇ ନେଇଥିଲେ।

ସୂଚନାଯୋଗ୍ୟ ଯେ ଯୁଗସାଏପାଟଣା ପଂଚାୟତ ର ରୁକୁଣି ଵଣ୍ଡଲ, ମନସ୍କା, ସଲପାଙ୍ଗ, ନିଶାନଗୁଡ଼ା, ଫୁଲଯୁବାଙ୍ଗ, ମାଣ୍ଡିଆବିରି ପ୍ରଭୃତି ଗାଁ କୁ ରାସ୍ତା ନାହିଁ । ଘାଟି ରାସ୍ତାରେ ଲୋକେ କୌଣସି ମତେ ତଳକୁ ଓହ୍ଲାଇ ଯୁଗସାଏପାଟଣା ଆସିଲେ ସର୍ବନିମ୍ନ ଆବଶ୍ୟକତା ପୁରଣ ହୁଏ। ଏହି ଅଞ୍ଚଳରେ ମୋବାଇଲ ଯୋଗାଯୋଗ ସୁବିଧା ନଥିବା କିମ୍ବା ରାସ୍ତାଘାଟ ନଥିବାରୁ ଯୁଗସାଏପାଟଣା ନାଳ ଡେଇଁ ଆଗକୁ ଯିବା ଅନେକଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ମାଓ ଉପଦ୍ରୁତ ଅଂଚଳ ହେଇଥିବାରୁ ସରକାରୀ କର୍ମଚାରୀ ମାନେ ମଧ୍ୟ ସେହି ଅଞ୍ଚଳକୁ ଯିବାକୁ ଭୟ କରନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories