www.samajalive.in
Saturday, December 6, 2025
14.1 C
Bhubaneswar

ଥାନେ ପୁଲିସ ଷ୍ଟେସନ୍ ଗୁଳିକାଣ୍ଡ ମାମଲା: ବିଜେପି ବିଧାୟକ ଗିରଫ

ମୁମ୍ବାଇ : ଥାନେ ପୁଲିସ ଷ୍ଟେସନ ଗୁଳିକାଣ୍ଡ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେପି ବିଧାୟକ ଗଣପତ ଗାୟକୱାଡଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାନେ ଜିଲାର ଏକ ପୁଲିସ ଷ୍ଟେସନ ପରିସରରେ ସେ ଗୁଳି ଚଳାଇଥିଲେ । ଏଥିରେ ଶିବସେନାର ଜଣେ ନେତା ଆହତ ହୋଇଥିଲେ। ଘଟଣା ଘଟିବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ୬ଜଣଙ୍କ ନାଁରେ ମାମଲା ଦାୟର ହୋଇଥିଲା। ପୁଲିସ ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଖୋଜାଖୋଜି କରୁଛି। ସେପଟେ ଘଟଣାକୁ ନେଇ ଡିସିପି ସୁଧାକର ପଠାରେ କହିଛନ୍ତି ଯେ ଭାଜପା ବିଧାୟକ ଗଣପତ ଗାୟକୱାଡ ଏବଂ ଶିବସେନା ସିନ୍ଧେ ଦଳ ନେତା ମହେଶ ଗାୟକୱାଡଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ସେ ଏହାକୁ ନେଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ପୁଲିସ ଷ୍ଟେସନରେ ଉଭୟଙ୍କ  ମଧ୍ୟରେ ବିବାଦ ଏତେ ଉଗ୍ର ହୋଇଥିଲା ଯେ , ଭାଜପା ବିଧାୟକ ଗଣପତ ଗାୟକୱାଡ ଶିବସେନା ଦଳର ନେତା ମହେଶ ଗାୟକୱାଡଙ୍କ ଉପରକୁ ଗୁଳି ଚଳାଇଥିଲେ। ସଙ୍ଗେ ସଙ୍ଗେ ଆହତ ମହେଶ ଗାୟକୱାଡଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories