ଅରବିନ୍ଦ କେଜ୍ରୱାଲଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍, ସୁରକ୍ଷା ବଢାଇଲା ପୁଲିସ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପୁଣି ଥରେ ପହଂଚିଛି କ୍ରାଇମବ୍ରାଞ୍ଚ ଟିମ୍ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ନୋଟିସ ନେଇ ପହଂଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ହେଲେ ଅରବିନ୍ଦ କେଜ୍ରିୱାଲ ସେଠାରେ ନଥିବାରୁ ଫେରି ଆସିଥିଲା ଟିମ୍ । ଏହାପରେ ଶନିବାର ପୁଣି ଥରେ କ୍ରାଇମବ୍ରାଞ୍ଚ କେଜ୍ରିୱାଲଙ୍କ ଘରକୁ ଯାଇଛି । ଦିଲ୍ଲୀ ପୁଲିସ ପକ୍ଷରୁ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିଏମ କାର୍ଯ୍ୟାଳୟ ଏହି ନୋଟିସ ନେବାକୁ ରାଜି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆପ ବିଧାୟକଙ୍କୁ ବିଜେପି ୨୫କୋଟି ଲେଖାଏଁ ଦେଇ କିଣିବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ । ଗତ କିଛି ଦିନ ତଳେ ଅରବିନ୍ଦ କେଜ୍ରିୱାଲ ଏହି ଅଭିଯୋଗ କରିଥିଲେ ।
Comments are closed.