ସାମ୍ନାକୁ ଆସିଲା ପିଓକେରେ ଧ୍ଵସ୍ତବିଧ୍ଵସ୍ତ ଆତଙ୍କୀ ଶିବିରର ଦୃଶ୍ୟ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତୀୟ ସେନା। ରବିବାର ଭାରତୀୟ ସେନା ପକ୍ଷରୁ ଟାଙ୍ଗଧର ସେକ୍ଟରର ସୀମା ଆରପଟେ ଥିବା ପିଓକେରେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ପିଓକେରେ ଥିବା ୩ଟି ଆତଙ୍କୀ ଶିବିର ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଥିବା ସେନା ପକ୍ଷରୁ କୁହାଯାଇଛି।
ଶିବିରଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାର ଫଟୋ ଏବେ ସାମ୍ନାକୁ ଆସିଛି। ପିଓକେରେ ଯେଉଁ ସ୍ଥାନରେ ଆତଙ୍କୀ ଶିବିର ଉପରେ ଆକ୍ରମଣ ହୋଇଛି ସେଗୁଡ଼ିକ ହେଲା ଜୁରା, ଅଥମୁକାମ ଏବଂ କୁଣ୍ଡଲସାହି। ଏସବୁ ପିଓକେର ନୀଲମବୈଲିରେ ରହିଛି। ନିୟନ୍ତ୍ରଣ ରେଖାଠାରୁ ଏଗୁଡ଼ିକର ଦୂରତା ୧୦ରୁ ୧୫ କିଲୋମିଟର ହେବ।
Comments are closed.