www.samajalive.in
Monday, December 15, 2025
17.1 C
Bhubaneswar

ଭୁବନେଶ୍ୱରରେ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ତରଫରୁ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ, ଅଞ୍ଚଳ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ସ୍ଥାନୀୟ ଶ୍ରୀ ବିଶ୍ୱେଶର ମହାଦେବ ମନ୍ଦିର, ଜଗମୋହନ ନଗର, ଭୁବନେଶ୍ୱର ପ୍ରାଙ୍ଗଣରେ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ତରଫରୁ ଜେନେରାଲ୍‌ ମ୍ୟାନେଜର ଉଦୟ ଭାସ୍କର ରେଡ୍ଡି, ଡିଜିଏମ୍‌
ଜନ୍ମେଜୟ ଦିକ୍ଷିତ, ଏଜିଏମ୍‌ ସମରେନ୍ଦ୍ର ପଣ୍ଡା ଏବଂ ପ୍ରାୟ ୫୦ ଜଣରୁ ଅଧିକ ଅନ୍ୟାନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଶ୍ରୀ ରେଡ୍ଡି ବ୍ୟାଙ୍କର ସି.ଏସ୍‌.ଆର୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ମନ୍ଦିରର ଭକ୍ତମାନଙ୍କ ବ୍ୟବହାର ପାଇଁ ଏକ ଫ୍ରିଜ୍‌ ପ୍ରଦାନ କରିଥିଲେ । ମନ୍ଦିର ଟ୍ରଷ୍ଟର ସଭାପତି ତଥା ପ୍ରତିଷ୍ଠାତା ନିରଞ୍ଜନ ଯୋଗାଣିଆ ବ୍ୟାଙ୍କର ସମସ୍ତ ଅଧିକାରୀମାନଙ୍କୁ ସମ୍ବୋଧନ ଦେଇ ଏହି ମହତ୍ୱ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଫାଇ କାର୍ଯ୍ୟକ୍ରମରେ ମନ୍ଦିରର ଅନ୍ୟାନ୍ୟ ଟ୍ରଷ୍ଟି ଓ କର୍ମକର୍ତ୍ତାବୃନ୍ଦ ଯଥା ମହେଶ୍ୱର ମାର୍ଥା, ପ୍ରସନ୍ନ କୁମାର ଷଡଙ୍ଗୀ, ସଞ୍ଜୟ କୁମାର ଶୁକ୍ଲା, ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଭୟ କୁମାର ମହାପାତ୍ର ଓ ଅନ୍ୟ ଭକ୍ତମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories