www.samajalive.in
Monday, December 15, 2025
17.1 C
Bhubaneswar

ଜାତୀୟ ସ୍ତରରେ ସମ୍ମାନିତ ହେଲା କ୍ରୁତି କଫିର ‘କିନ୍ଦିରିଗୁଡା ନାଚୁରାଲ୍ସ’

ଭୁବନେଶ୍ବର: କ୍ରୁତି କଫିର ‘କିନ୍ଦିରିଗୁଡା ନାଚୁରାଲ୍ସ’କୁ ଭାରତର ଏକ ନମ୍ବର ନାଚୁରାଲ୍ କଫି ମାନ୍ୟତା ଓଡିଶା ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଯେ ଓଡିଶାର ଏକ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବରେ ବାଙ୍ଗାଲୁର ଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚମ ବିଶ୍ବ କଫି ସମ୍ମିଳନୀରେ ସମ୍ମାନିତ ହୋଇଛି। ‘କିନ୍ଦିରିଗୁଡା ନାଚୁରାଲ୍ସ’ ହେଉଛି ଏକ କଫି ଏବଂ ଏହା ଭାରତର ସ୍ପେସିଆଲିଟି କଫି ବ୍ରାଣ୍ଡ ଯାହାକି ଓଡ଼ିଶାର କ୍ରୁତି କଫି ଦ୍ୱାରା ବିକଶିତ ହୋଇଛି। ଏହା ଭାରତର ଏକ ଦ୍ରୁତ ବିକସିତ କଫି ବ୍ରାଣ୍ଡ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡ, କାମାକ୍ଷା ଦାସ(ସହ ପ୍ରତିଷ୍ଠାତା, କ୍ରୁତି କଫି), ତପନ ବରିଶାଲ୍( ବାଣିଜ୍ୟ ମୁଖ୍ୟ,କ୍ରୁତି କଫି) ସୂଚନା ଦେଇଛନ୍ତି।

କଫି ପ୍ରକ୍ରିୟାକରଣ ପାଇଁ ନିୟୋଜିତ ବିଭିନ୍ନ ପଦ୍ଧତି ମଧ୍ୟରୁ ‘ନାଚୁରାଲ୍ସ’ ହେଉଛି ସବୁଠାରୁ ଜଟିଳ ପ୍ରକ୍ରିୟା ଯାହା ଉଦ୍ଭିଦ ପରିଚାଳନା ଠାରୁ ଆରମ୍ଭ କରି ଚେରି ତୋଳିବା ପର୍ଯ୍ୟନ୍ତ, ଶଯ୍ୟାରେ ଶୁଖିବା ପର୍ଯ୍ୟନ୍ତ କଫି ମୂଲ୍ୟ ଧାର୍ଯ୍ୟ ପର୍ଯ୍ୟନ୍ତ ନଜର ରଖେ। କ୍ରୁତିି କଫି ଏକ ଦଶନ୍ଧି ମଧ୍ୟରେ ଭାରତର ସର୍ବୋଚ୍ଚ କଫି ଉତ୍ପାଦନକାରୀ ବ୍ରାଣ୍ଡ ଓ କଫି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ସହ କଫି ବୃକ୍ଷରୋପଣ କରିଛି। କୋରାପୁଟ ଜିଲ୍ଲାରେ ଅବସ୍ଥିତ କିନ୍ଦିରିଗୁଡା ଆଦିବାସୀ ଅଞ୍ଚଳରେ କଫି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସଫଳତା ହାସଲ କରିବା ପାଇଁ କ୍ରୁତିି କଫି କଠୋର ବିଶ୍ୱସ୍ତରୀୟ କଫି ପରିଚାଳନା ପ୍ରଣାଳୀକୁ ନିୟୋଜିତ କରିଛି। ଏହି ସଫଳତାକୁ ପାଳନ କରିବା ଏବଂ କିନ୍ଦିରିଗୁଡାର କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରୁତି କଫି ତରଫରୁ ସମ୍ମାନିତ କରାଯିବା ସହ ସେମାନଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆ ଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories