ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯିବେ। ମାର୍ଚ୍ଚ ୨୬ରେ ବାଂଲାଦେଶର ପ୍ରତିଷ୍ଠା ଦିବସ ଉତ୍ସବରେ ମୋଦୀ ଉଦ୍ବୋଧନ ଦେବେ। ଏହି ଗସ୍ତ ସମୟରେ ମୋଦୀ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ ଓ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବେ। ଏହି ଅବସରରେ ଅନେକ ବୁଝାମଣା ସ୍ବାକ୍ଷର ହେବା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ କିଛି ନୂଆ ଘୋଷଣା କରାଯିବ। ଏହା ସହିତ ବାଂଲାଦେଶର ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନର ନେତାଙ୍କ ସହିତ ମୋଦୀ କଥା ହେବେ। ମୋଦୀ ମାଟୁଆ ସମ୍ପ୍ରଦାୟର ଶ୍ରୀଶ୍ରୀ ହରିଚାନ୍ଦ ମନ୍ଦିର ପରିଦର୍ଶନ କରିବେ। ମାଟୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଚାନ୍ଦ ଠାକୁରଙ୍କ ପରିବାର ସହିତ କିଛି ସମୟ ବିତାଇବେ। ଗତବର୍ଷର କରୋନା ମହାମାରୀ ପରଠାରୁ େମାଦୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ।
Popular Categories



