www.samajalive.in
Sunday, December 14, 2025
17.1 C
Bhubaneswar

ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବି : ଆଜି ଭାରତ ବନ୍ଦ

ଭୁବନେଶ୍ୱର : କେନ୍ଦ୍ରର ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି (ଶୁକ୍ରବାର) କୃଷକ ସଂଗଠନର ଭାରତ ବନ୍ଦ ଡାକରା ଦେଇଛି। ସକାଳ ୬ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ। କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି ରାଜନୈତିକ ଦଳ ଦେଶବ୍ୟାପୀ ସମର୍ଥନ ଜଣାଇଛନ୍ତି। ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ୨୬ ତାରିଖକୁ ଛୁଟି ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଆସନ୍ତାକାଲି ବନ୍ଦ ରହିବ। ବନ୍ଦକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା କାର୍ଯ୍ୟସୂଚୀରେ ସମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି(୨୬)ରେ ସ୍ନାତକ(+୩) ପଞ୍ଚମ ସେମିଷ୍ଟର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କଳା,ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ହେବାକୁ ଥିବା ସମସ୍ତ ପରୀକ୍ଷା ବନ୍ଦ ରଖାଯିବା ସହ ଏହି ପରୀକ୍ଷ‌ା ଆସନ୍ତା ୩୦ରେ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ସୂଚନା ଦେଇଛନ୍ତି।
ବନ୍ଦ ପାଳନ ବେଳେ ଯେଭଳି କୌଣସି ହିଂସାକାର୍ଡ ନ ଘଟେ ସେଥିପାଇଁ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ଓ ଖାରବେଳ ଭବନର ସବୁ ବିଭାଗୀୟ ସଚିବଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଚିଠି ଲେଖି  କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍‌ରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଗେଟ୍ ଦିନ ୧୦ଟା ୧୫ରେ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। କୃଷକ ସଂଗଠନଗୁଡ଼ିକର ଏହି ଭାରତ ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ତେଣୁ ବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଂକା କରି କମିସନରେଟ୍ ପୁଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବା ଲାଗି ବନ୍ଦୋବସ୍ତ କରାଯାଇଥିବା ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ, ଶ୍ରମ କୋଡ ପ୍ରତ୍ୟାହାର, ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ସମସ୍ତ ଯାତ୍ରୀବାହୀ ଟ୍ରେନ୍‍ ଚଳାଚଳ ଦାବି ନେଇ କୃଷକ ସଂଘର୍ଷ ସମନ୍ବୟ କମିଟି ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡାକରା ଦେଇଛି। ଅତ୍ୟାବଶ୍ୟକୀୟ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ବନ୍ଦକୁ ୮ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ସେଗୁଡିକ ହେଲା, କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌ଏଲ୍‌) ରେଡଷ୍ଟାର, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌) ଲିବରେସନ, ଆପ୍, ସମାଜବାଦୀ ପାର୍ଟି ଏବଂ ସିପିଆଇ(ଏମ-ଏଲ) ନିଉ ଡେମୋକ୍ରାସି ଭଳି ସଂଗଠନ ସମର୍ଥନ ଜଣାଇଛି। ଏପରିକି ଟ୍ରକ୍‌, ବସ୍‌ ଓ ଅନ୍ୟାନ୍ୟ ଯାନବାହନ ସଂଘ ସମର୍ଥନ କରିଛନ୍ତି। ତେବେ ଯେଉଁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ହେଉଛି ସେଠାରେ ବନ୍ଦ ପାଳନ ​‌େ​‌ହବ ନାହିଁ।
ସ୍ବାସ୍ଥ୍ୟସେବା, ଆମ୍ବୁଲାନ୍ସ, କ୍ଷୀର ଗାଡି ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ପ୍ରଭାବିତ କରାଯିବ ନାହିଁ। ରାସ୍ତା, ରେଳଲାଇନ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବେ। ଗାଡିମୋଟର ଯାତାୟାତ ବନ୍ଦ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories