www.samajalive.in
Monday, December 15, 2025
27.1 C
Bhubaneswar

ଆଇଆଇଟିର ଉଦ୍‍ଘାଟନ ଏବଂ ଆଇଜରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଜଟଣୀ : ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଆଇଆଇଟି ଏବଂ ଆଇଜର ବିଜ୍ଞାନ ଏବଂ ବୈଷୟିକ ଶିକ୍ଷାରେ ଜାତୀୟ ଚାହିଦାର ଆବଶ୍ୟକତାକୁ ପୂରଣ କରିବ। ଆସନ୍ତା ୨୪ ତାରିଖରେ ଅରୁଗୁଳ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ଭୁବନେଶ୍ବରର ସ୍ବୟଂସମ୍ପୂର୍ଣ୍ଣ କ୍ୟାମ୍ପସ୍‌କୁ ଲୋକାର୍ପଣ କରିବା ସହ ରିମୋଟ୍ ଜରିଆରେ ବ୍ରହ୍ମପୁର ଠାରେ ଆଇଜର୍‌ କ୍ୟାମ୍ପସ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ।
ଗୁରୁବାର ଆଇଆଇଟି ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇଟି, ଭୁବନେଶ୍ବର ନିର୍ଦେଶକ ପ୍ରଫେସର ଆର.ଭି.ରାଜକୁମାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆଇଆଇଟିରେ କ୍ରମାଗତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଜାରି ରହିଥିଲା। ପ୍ରଥମ ପର୍ଯ୍ୟାୟରେ ୪୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ୮୫୦ ଟଙ୍କା ବିନିଯୋଗ କରାଯାଇ ୨୪୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍, ୬୫୦୦ ପିଲାଙ୍କ ପାଇଁ ଲେକ୍ଚର୍ ହଲ୍ କମ୍ପ୍‌ଲେକ୍ସ, ଫାକଲ୍ଟି କ୍ବାର୍ଟର୍ସ, ଗୋଟିଏ ଷ୍ଟାଫ୍ ବ୍ଲକ୍, ଗବେଷଣାଗାର, ୱାର୍କସପ୍, ସ୍ବରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଆଦି ନିର୍ମାଣ କରାଯାଇଛି। ଏବେ ଏଠାରେ ଛାତ୍ରଛାତ୍ରୀଙ୍କ କ୍ଷମତା ୨୫୦୦ ହୋଇପାରିଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏଥିପାଇଁ ୧୮୮୦ କୋଟି ଟଙ୍କା ବିନିଯୋଗ କରିଛନ୍ତି।
ସେହିପରି ଆଇଜର ନିର୍ଦେଶକ ପ୍ରଫେସର କେ.ଭି ଆଚାରୀ କହିଥିଲେ,୨୪ ଅପରାହ୍ନ ୨ଟାରେ ଆଇଆଇଟି ପରିସରରୁ ପ୍ରଧାନମନ୍ତ୍ରୀ ମୋଦୀ ରିମୋର୍ଟ ଜରିଆରେ ବ୍ରହ୍ମପୁର ଠାରେ ଆଇଜରର ନୂତନ ଗୃହର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ, ପ୍ରକାଶ ଜାଭଡେକର୍‍, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ମହେଶ ଶର୍ମା, ମନୋଜ ସିହ୍ନା, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବ୍ରହ୍ମପୁର ଠାରୁ ୨୦ କିମି ଦୂର ବଙ୍ଗୋପସାଗର କୂଳରେ ଲଉଡ଼ିଗାଁ ଠାରେ ଆଇଜରର ନୂତନ ଗୃହ ନିର୍ମାଣ କରାଯିବ। ଏଥିପାଇଁ ଲଉଡ଼ିଗାଁ ମୌଜାରେ ୨୦୦ ଏକର ଜମିରେ ୧୫୮୨.୭୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୨୦୨୧ ଡ଼ିସେମ୍ବର ଶେଷ ସୁଦ୍ଧା ଆଇଜରର ନୂତନ ଗୃହ ନିର୍ମାଣ ଶେଷ ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଆଇଜରରେ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସାମ୍ପ୍ରତିକ ପରିସ୍ଥିତିରେ ମାନବ ସମ୍ବଳର ବିକାଶ ଏବଂ ସମାଜରେ ବିଭିନ୍ନ ଚାହିଦା ପୂରଣରେ ସହାୟକ ହେବ ବୋଲି ସେ ମତ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଆଇଆଇଟିର କୁଳ ସଚିବ ଦେବରାଜ ରଥ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଆଇଆଇଟି ଚଳ ଚଞ୍ଚଳ ହୋଇଯାଇଛି। କମିସନରେଟ ପୁଲିସ,ଜିଲା ପ୍ରଶାସନ ଆଇଆଇଟି ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଆଜି ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର,ଭୁବନେଶ୍ୱର ତହସିଲଦାର ଶୁଭେନ୍ଦୁ କୁମାର ସାହୁ ଏ ସମ୍ପର୍କରେ ଆଇଆଇଟି ନିର୍ଦେଶକ ଏବଂ ଆଇଜର ନିର୍ଦେଶକଙ୍କ ସହ ଆଲୋଚନା କରିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories