ଓଡ଼ିଶାର ପଟ୍ଟଚିତ୍ରକୁ ନେଇ ଭାରତ ଓ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଓଡ଼ିଶାର ପାରମ୍ପରିକ କଳାର ବୈଭବତାର ପ୍ରତିଫଳନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀ ଓଡ଼ିଶାର ପଟ୍ଟଚିତ୍ର ଦେଖାଇବା ପ୍ରସଙ୍ଗ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ ଫ୍ରେଡିକ୍ସନ ଓଡ଼ିଶାର ପଟ୍ଟଚିତ୍ର ଦେଖାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ଓଡ଼ିଶା ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଗସ୍ତ ସମୟରେ ଆଜି ଡେନମାର୍କ ଗସ୍ତ କରିଛନ୍ତି। ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ ଫ୍ରେଡିକ୍ସନଙ୍କୁ ସାକ୍ଷାତ କରିବା ସମୟରେ ତାଙ୍କ ବାସଭବନରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ଓଡ଼ିଶାର ଏକ ପଟ୍ଟଚିତ୍ରକୁ ପ୍ରଧାନମନ୍ତ୍ରୀ ନରେନନ୍ଦ୍ର ମୋଦୀଙ୍କୁ ସେ ଦେଖାଇଥିଲେ। ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ ଫ୍ରେଡିକ୍ସନ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏହି ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଓଡ଼ିଶାର ଏହି ପଟ୍ଟଚିତ୍ରକୁ ନେଇ ଭାରତ ଓ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା; ଓଡ଼ିଶା ଏବଂ ଓଡ଼ିଶାର ପାରମ୍ପରିକ କଳାର ବୈଭବତାର ପ୍ରତିଫଳନ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି।
🔆ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡ଼େନମାର୍କ ପ୍ରଧାନମନ୍ତ୍ରୀ ଓଡ଼ିଶାର ପଟ୍ଟଚିତ୍ର ଦେଖାଇବା ପ୍ରସଙ୍ଗ
🔆ଓଡ଼ିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ମୁଁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି: ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ pic.twitter.com/0TKpzcBR6W
— PIB in Odisha (@PIBBhubaneswar) May 3, 2022
Comments are closed.