www.samajalive.in
Sunday, December 14, 2025
19.1 C
Bhubaneswar

ପଶ୍ଚିମବଙ୍ଗରେ  ଗର୍ଜିଲେ ମୋଦୀ : କହିଲେ- ବଙ୍ଗଳା ଚାହେଁ ଉନ୍ନତି, ଶାନ୍ତି ଏବଂ ପ୍ରଗତି

-ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରାଲି, କହିଲେ – ତୃଣମୂଳ ଏବଂ ମମତା ବଙ୍ଗଳାର ବିଶ୍ୱାସ ଭାଙ୍ଗିଛନ୍ତି

-ମମତା ବାନାର୍ଜୀଙ୍କ ସ୍କୁଟି ନନ୍ଦିଗ୍ରାମରେ ହିଁ ରହିବ,- ବିଜେପିରେ ଯୋଗ ଦେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

- Advertisement -

କଳକତା :  ଭାରତୀୟ ଜନତା ପାର୍ଟି (ବିଜେପି)କୁ ମଜବୁତ କରିବା ଏବଂ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୋଲକାତା ବ୍ରିଗେଡ୍ ଗ୍ରାଉଣ୍ଡରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗ ନେଇ ମମତା ଦିଦିଙ୍କ ଉପରେ ବର୍ଷିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବଙ୍ଗଳା ଉନ୍ନତି, ଶାନ୍ତି ଏବଂ ପ୍ରଗତି ଚାହୁଁଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ମମତା ଦିଦି ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୁବକମାନଙ୍କୁ ସ୍ୱପ୍ନ ଦେଖାଇଥିଲେ, ବିକାଶର ପ୍ରତିଶୃତି ଦେଇଥିଲେ, ଇତିହାସ ବିଷୟରେ କହିଥିଲେ ଏବଂ ବିରୋଧୀଙ୍କୁ ଘୋର ସମାଲୋଚନା କରିଥିଲେ। କିନ୍ତୁ ଆଜି ସବୁ ବ୍ୟର୍ଥ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାବେଶରେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିବା  ଜନ ସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ମୋଦୀ କହିଛନ୍ତି ଯେ ମୋର ରାଜନୈତିକ ଜୀବନରେ ଶହ ଶହ ସମାବେଶକୁ ସମ୍ବୋଧିତ କରିବାର ସୁଯୋଗ ପାଇଛି, କିନ୍ତୁ ଏତେ ଦିନର କାର୍ଯ୍ୟକାଳ ମଧ୍ୟରେ  କେବେ ଏତେ ବିଶାଳ ଜନ ସମୂହଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ଏପରି ଦୃଶ୍ୟ  ଆଜି ମୋତେ ଦେଖିବାକୁ ମିଳିଛି।

ଦେଶ ପାଇଁ ବଳିଦାନ ଦେଇଥିବା ସନ୍ତାନମାନଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବଙ୍ଗଳାର ଏହି ମାଟି ଆମ ସଂସ୍କାରକୁ ଶକ୍ତି ଦେଇଛି। ବଙ୍ଗଳାର ଏହି ମାଟି ଭାରତର ସ୍ୱାଧୀନତା ଆନ୍ଦୋଳନରେ ନୂତନ ଜୀବନଦାନ ଦେଇଥିଲା। ବଙ୍ଗଳାର ଏହି ମାଟି ଜ୍ଞାନ- ବିଜ୍ଞାନରେ ଭାରତର ଗୌରବ ବୃଦ୍ଧି କରିଛି । ସେ କହିଛନ୍ତି ଯେ ବଙ୍ଗଳାରେ ଜନ୍ମ ନେଇଥିବା ମହାନ ବ୍ୟକ୍ତିତ୍ୱମାନେ ଏକ ଭରତ, ଶ୍ରେଷ୍ଠ  ଭାରତର ଭାବନାକୁ ଦୃଢ କରିଥିଲେ। ବଙ୍ଗଳାର ଏହି ମାଟି ଆମକୁ ଏକ ନିୟମ, ଏକ ଚିହ୍ନ, ଏକ ପ୍ରଧାନର ବଳିଦାନ ଦେଇଥିବା  ସନ୍ତାନ ମାନଙ୍କୁ ଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦ, ନେତଜୀ ସୁଭାଷ ଚନ୍ଦ୍ର ବୋଷ, ମହର୍ଷି ଅରୋବିନ୍ଦଙ୍କ ସମେତ ଅନେକ ମହାନ ବ୍ୟକ୍ତିତ୍ୱ ବିଷୟରେ ଆଲୋଚନା କରିଥିଲେ।

ଦିଦି ବଙ୍ଗଳାବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି : ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପରିବର୍ତ୍ତନ ପାଇଁ ବଙ୍ଗଳାବାସୀ ମମତା ଦିଦିଙ୍କ ଉପରେ ବିଶ୍ୱାସ କରିଥିଲେ, କିନ୍ତୁ ଦିଦି ଏବଂ ତାଙ୍କ କ୍ୟାଡର ଏହି ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି। ଏହି ଲୋକମାନେ ବଙ୍ଗଳାର ବିଶ୍ୱାସକୁ ଭାଙ୍ଗିଛନ୍ତି। ଏହି ଲୋକମାନେ ବଙ୍ଗଳାକୁ ଅପମାନିତ କରିଛନ୍ତି। ଏଠାକାର ଭଉଣୀ ଓ ଝିଅମାନଙ୍କ ଉପରେ ଅତ୍ୟାଚାର କରାଯାଇଛି।

ଗୋଟିଏ ପଟେ ଟିଏମସି, କଂଗ୍ରେସ ଏବଂ ବାମଦଳ – ଅନ୍ୟ ପଟେ ଜନସାଧାରଣ ଜନତା

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଧାନସଭା ନିର୍ବାଚନର ଏହି ସମୟରେ ଗୋଟିଏ ପଟେ ଟିଏମସି, ବାମପନ୍ଥୀ କଂଗ୍ରେସ ଅଛନ୍ତି, ସେମାନଙ୍କର ବଙ୍ଗଳା ବିରୋଧୀ ମନୋଭାବ ରହିଛି ଏବଂ ଅନ୍ୟ ପଟେ ବଙ୍ଗଳାବାସୀ ସେମାନଙ୍କ ଅଣ୍ଟା ସଳଖି ପାଦରେ ଠିଆ ହୋଇଛନ୍ତି। ଆଜି ବ୍ରିଗେଡ୍ ଗ୍ରାଉଣ୍ଡରେ ଆପଣମାନଙ୍କର ହୁଙ୍କାର ଶୁଣିବା ପରେ କାହାରି ସନ୍ଦେହ ରହିବ ନାହିଁ । କିଛି ଲୋକଙ୍କୁ ଲାଗୁଛି ବୋଧହୁଏ ଆଜି ମେ’ ୨ ଆସି ଯାଇଛି।

ବଙ୍ଗଳାର ବିକାଶ ପାଇଁ ଭରସା ଦେଉଛି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ବ୍ରିଗେଡ୍ ଗ୍ରାଉଣ୍ଡରୁ ଏହି ଆମୁଳଚୂଳ ପରିବର୍ତ୍ତନ ବିଷୟରେ ଆପଣଙ୍କୁ ବିଶ୍ୱାସ ଦେବାକୁ ଆସିଛି। ବିଶ୍ୱାସ, ବଙ୍ଗଳାର ବିକାଶର। ବିଶ୍ୱାସ, ବଙ୍ଗଳାର ସ୍ଥିତିରେ ପରିବର୍ତ୍ତନର। ବିଶ୍ୱାସ, ବଙ୍ଗଳାରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାର, ବିଶ୍ୱାସ, ବଙ୍ଗଳାର ପୁନଃ ନିର୍ମାଣର । ବିଶ୍ୱାସ, ବଙ୍ଗଳାର ସଂସ୍କୃତିର ସୁରକ୍ଷା ପାଇଁ। ”

ପ୍ରଧାନମନ୍ତ୍ରୀ କହିଲେ, ପ୍ରତି ମୁହୂର୍ତ୍ତରେ ମୁଁ ଆପଣଙ୍କ ସ୍ୱପ୍ନ ପାଇଁ ବଞ୍ଚିବି

ମୋଦୀ କହିଛନ୍ତି, ମୁଁ ନିଶ୍ଚିତ କରିବାକୁ ଆସିଛି ଯେ ଏଠାରେ ଥିବା ଯୁବକମାନଙ୍କ ପାଇଁ, କୃଷକ, ଉଦ୍ୟୋଗୀ, ଭଉଣୀ ଏବଂ ଝିଅମାନଙ୍କ ବିକାଶ ପାଇଁ ଆମେ ଦିନରାତି ୨୪ ଘଣ୍ଟା ପରିଶ୍ରମ କରିବୁ। ପରିଶ୍ରମ କରିବାରେ କୌଣସି ଅଭାବ ରହିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ପ୍ରତି କ୍ଷଣ ଆପଣଙ୍କମାନଙ୍କ ପାଇଁ ଜିଇଁବୁ । ଆମେ ପ୍ରତି ସେକେଣ୍ଡରେ ଆପଣମାନଙ୍କ ସ୍ୱପ୍ନ ପାଇଁ ବଞ୍ଚିବୁ। ମୁଁ ଏହି ବିଶ୍ଵାସ ଦେବା ପାଇଁ ଆସିଛି। ”

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories