www.samajalive.in
Monday, December 8, 2025
27.1 C
Bhubaneswar

ଟିକାଦାନ କ୍ଷେତ୍ରରେ ଭାରତର ସଫଳତା : ୨ କୋଟି ୯ ଲକ୍ଷ ୨୨ ହଜାର ୩୪୪ ଲୋକ ନେଲେଣି ଟିକା

ନୂଆଦିଲ୍ଲୀ : କୋଭିଡ-୧୯ ଟିକାଦାନ କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଟିକାକରଣର  ମାତ୍ର ୫୦ ଦିନ ମଧ୍ୟରେ ଦୁଇକୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୨୪ ହଜାର ୬୯୩ ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇଛି। ଏହାକୁ ମିଶାଇ ଆଜି ସକାଳ ସୁଦ୍ଧା ୨ କୋଟି ୯ଲକ୍ଷ ୨୨ହଜାର ୩୪୪ ଲୋକଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। ଆଜି ହେଉଛି ଟିକାଦାନର ୫୧ତମ ଦିବସ।

ଗତ ଜାନୁଆରୀ ୧୬ ତାରିଖରୁ ଦେଶରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ପ୍ରତିଷେଧକ ଟିକା ପ୍ରଦାନ କରାଯିବା ଆରମ୍ଭ ହୋଇଥିଲା। ସେହିଭଳି ଫେବୃୟାରୀ ୨ ତାରିଖରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବା ପରେ ଚଳିତ ମାସ ପହିଲାରୁ ଦେଶବ୍ୟାପୀ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ନାନାବିଧ ରୋଗଥିବା ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ଏହି ପର୍ଯ୍ୟାୟରେ ପ୍ରତିଷେଧକ ଦିଆଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଚଳିତ ପର୍ଯ୍ୟାୟର ଗତ ୬ ଦିନ ମଧ୍ୟରେ ଦେଶବ୍ୟାପୀ ୬୦ବର୍ଷରୁ ଊର୍ଦ୍ଧ୍ବ ପ୍ରାୟ ୩୦ଲକ୍ଷ ବରିଷ୍ଠ ନାଗରିକ
ଏବଂ ବିବିଧ ରୋଗଥିବା ୪୫ବର୍ଷରୁ ଊର୍ଦ୍ଧ୍ବ ପ୍ରାୟ ୪ଲକ୍ଷ ୬୦ହଜାର ଲୋକଙ୍କୁ କୋଭିଡ ନାଇଣ୍ଟିନ୍‍ ଟିକା ପ୍ରଦାନ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories