www.samajalive.in
Saturday, December 6, 2025
15.1 C
Bhubaneswar

ବଣ୍ଡା ଘାଟିରେ ମାଓ ମୁକାବିଲା ନେଇ ସମୀକ୍ଷା କଲେ ଡିଜିପି ଅଭୟ, ପାରମ୍ପରିକ ଶୈଳୀରେ ସ୍ବାଗତ କଲେ ବଣ୍ଡା ସମ୍ପ୍ରଦାୟ

ମାଲକାନଗିରି: ଡିଜିପି ଅଭୟ ଏବଂ ଓଡ଼ିଶା ପୁଲିସର ଅନ୍ୟ ବରିଷ୍ଠ ଅଧିକାରୀମାନେ ରବିବାର ମାଲକାନଗିରି ଗସ୍ତ କରି ଅଣ୍ଡ୍ରାହଲ ଓ ମୁଦୁଲିପଡ଼ାରେ ଥିବା ନୂଆ ବିଏସଏଫ ସିଓବି ପରିଦର୍ଶନ କରିଛନ୍ତି। ଏହି ସମୟରେ ବଣ୍ଡା ସମ୍ପ୍ରଦାୟର ଆଦିବାସୀ ଡିଜିପିଙ୍କୁ ପାରମ୍ପରିକ ଓ ଅଭିନବ ଉପାୟରେ ସ୍ବାଗତ କରିଛନ୍ତି। ଏହି ଅବସରରେ ମାଓମୁକାଲବିଲା ନେଇ ରଣନୀତିର ସମୀକ୍ଷା କରାଯାଇଛି।

ଡିଜିପି ଏବଂ ଅନ୍ୟମାନେ ବାମପନ୍ଥି ଉଗ୍ରବାଦ ପ୍ରଭାବିତ ଅଞ୍ଚଳ(ଏଲଡବ୍ଲ୍ୟୁଇ) ପରିଦର୍ଶନ କରିଥିଲେ ଏବଂ ନିକଟ ଅତୀତରେ ଏଲଡବ୍ଲ୍ୟୁଇ ବିରୋଧୀ ସାମ୍ମୁଖ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ଓଡିଶା ପୁଲିସ୍ ଏବଂ ବିଏସ୍ଏଫ୍ ଯବାନଙ୍କୁ ପ୍ରଶଂସା କରିଥିଲେ। ମାଲକାନଗିରିରେ ବିକାଶମୂଳକ କାର୍ୟ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ଡିଜିପି କହିଛନ୍ତି।

- Advertisement -

ଏହି ଅବସରରେ ଗ୍ରାମବାସୀଙ୍କୁ ପୋଷାକ, କ୍ରୀଡା ସାମଗ୍ରୀ ଓ ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ବଣ୍ଟନ କରିଛନ୍ତି ଡିଜିପି। ଗ୍ରାମବାସୀ ଏବଂ ଯବାନଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଏହାବ୍ୟତୀତ ଶାନ୍ତିପୂର୍ଣ୍ଣ ଭାବେ ଅଞ୍ଚଳର ବିକାଶ ପାଇଁ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ମାଓବାଦୀଙ୍କୁ ନିବେଦନ କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories