www.samajalive.in
Monday, December 15, 2025
24.1 C
Bhubaneswar

ପଣ୍ଡିତ ନେହେରୁ ସଂରକ୍ଷଣ ବିରୋଧୀ, ବାବାସାହେବ ନଥିଲେ ଏହା ମିିଳିନଥା’ନ୍ତା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଛନ୍ତି। ଏହି ସମୟରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମୋଦୀ। ସେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ବାବାସାହେବ ନଥିଲେ ସଂରକ୍ଷଣ ମଧ୍ୟ ମିଳିନଥା’ନ୍ତା।

ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟସଭାରେ କହିଛନ୍ତି, ପଣ୍ଡିତ ନେହେରୁ ସଂରକ୍ଷଣ ବିରୋଧୀ ଥିଲେ। ସେ ଆହୁରି କହିଛନ୍ତି, କଂଗ୍ରେସ ଆମ୍ବେଦକରଙ୍କୁ ଭାରତ ରତ୍ନ ଯୋଗ୍ୟ ଭାବିଲା ନାହିଁ। ଏମାନେ ପୁଣି ଆମକୁ ଉପଦେଶ ଦେଉଛନ୍ତି। ଯେଉଁ କଂଗ୍ରେସର ନିଜ ନେତାଙ୍କର କୌଣସି ଗ୍ୟାରେଣ୍ଟି ନାହିଁ, ନିଜ ନୀତିର ଗ୍ୟାରେଣ୍ଟି ନାହିଁ, ସେ ମୋଦୀ ଗ୍ୟାରେଣ୍ଟି ଉପରେ ପଶ୍ନ ଉଠାଉଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ସମ୍ମାନର ସହ ନେହେରୁଜୀଙ୍କୁ ବହୁତ ମନେପକାଏ। କିନ୍ତୁ ଥରେ ନେହେରୁଜୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ସେ ସେହି ପତ୍ରରେ ଲେଖିଥିଲେ, ମୁଁ କୌଣସି ସଂରକ୍ଷଣକୁ ପସନ୍ଦ କରେନାହିଁ। ବିଶେଷକରି ଚାକିରି କ୍ଷେତ୍ରରେ ସଂରକ୍ଷଣ ତ ଆଦୌ ନୁହେଁ। ସେ କହୁଥିଲେ, ଯଦି ଏସ୍‌ସି-ଏସ୍‌ଟି, ଓବିସି ସଂରକ୍ଷଣ ପାଇବେ ତେବେ ସରକାରୀ କାର୍ଯ୍ୟର ସ୍ତର ନିମ୍ନଗାମୀ ହେବ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories