www.samajalive.in
Sunday, December 14, 2025
19.1 C
Bhubaneswar

ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ଲେଖିଲେ ଗରବା ଗୀତ, ଭିଡିଓ କଲେ ଶେୟାର..

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ଦେଶରେ ନବରାତ୍ର ପର୍ବ ବେଶ ଧୂମଧାମରେ ପାଳନ କରାଯାଉଛି । ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ଭକ୍ତ ବେଶ ଉତ୍ସାହର ସହ ବ୍ରତ ପାଳନ କରୁଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ଦୁର୍ଗାଙ୍କୁ ସମର୍ପିତ ଏକ ଗରବା ସଙ୍ଗୀତ ଲେଖିଛନ୍ତି । ଏହାକୁ ଶେୟାର କରି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି, ସମସ୍ତଙ୍କ ଉପରେ ମା’ଙ୍କ ଆଶୀର୍ବାଦ ସର୍ବଦା ରହୁ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏହି ଗରବା ଗୀତର ସୁନ୍ଦର ଓ ମଧୁର ଉପସ୍ଥାପନା ପାଇଁ ସେ ଗାୟକ ପୂର୍ବା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦାଣ୍ଡିଆ ଓ ଗରବା ଗୁଜରାଟୀ ସଂସ୍କୃତିର ଏକ ଅଂଶ ମାତ୍ର ବର୍ତ୍ତମାନ ସାରା ଦେଶରେ ଏହା ବେଶ ଧୁମଧାମରେ ପାଳନ କରାଯାଉଛି ।

- Advertisement -


ଗରବା ଗୀତର ମ୍ୟୁଜିକ୍‌ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହା ନବରାତ୍ରର ଶୁଭ ସମୟ । ସଭିଏଁ ମା’ ଦୁର୍ଗାଙ୍କ ପ୍ରତି ଭକ୍ତି ଭାବରେ ଏକତ୍ରିତ ହୋଇ ବିଭିନ୍ନ ଉପାୟରେ ପାଳନ କରୁଛନ୍ତି । ତାଙ୍କ ଦ୍ୱାରା ଲିଖିତ ଗରବା ଗୀତର ସୁସଜ୍ଜିତ ଉପସ୍ଥାପନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗାୟକ ପୂର୍ବା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଗୀତକୁ ପ୍ରଶଂସା କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories