www.samajalive.in
Sunday, December 7, 2025
23.1 C
Bhubaneswar

ମାଓ ମୁକାବିଲା ସମୀକ୍ଷା ବୈଠକ: ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଗୁରୁଦାୟିତ୍ୱ ଦେଲେ ଗୃହମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀରେ ଚାଲିଥିବା ମାଓ ମୁକାବିଲା ସମୀକ୍ଷା ବୈଠକ ଶେଷ ହୋଇଛି। ବୈଠକରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବା ସହ ଗୃହମନ୍ତ୍ରୀ ଅମିତ ଶାହ ଗଣମାଧ୍ୟମରେ ପ୍ରତିକ୍ରୟା ରଖିଛନ୍ତି। ମାଓ ପ୍ରଭାବିତ ଜିଲାର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଗୁରୁଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ନକ୍ସଲ ମୁକାବିଲା ନେଇ ପ୍ରତି ମାସରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ପ୍ରତି ୧୫ଦିନରେ ଥରେ ସମୀକ୍ଷା କରିବେ ପୁଲିସ ଡିଜି। ଜିଲ୍ଲାସ୍ତରରେ ମାସକୁ ଥରେ ଯାଇ ସେଠାରେ ରାତ୍ରି ଯାପନ କରିବେ। ସୁରକ୍ଷା କର୍ମୀଙ୍କ ସହ ମିଶି ସେମାନଙ୍କ ମନୋବଳ ବଢାଇବେ ଡିଜିପି। ଗୃହମନ୍ତ୍ରୀଙ୍କ ସୂଚନା ଅନୁସାରେ ଜାନୁଆରୀରୁ ଏଯାବତ ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଯାଇଛି। ୮୦୧ ନକ୍ସଲ ଗିରଫ ଏବଂ ୭୪୨ଜଣ ଆତ୍ମସମର୍ପଣ କରିଛନ୍ତି। ଦେଶରେ ଏବେ ନକ୍ସଲ ପ୍ରବଲ ଜିଲା ସଂଖ୍ୟା ୯୬ରୁ ୧୬କୁ ଖସିଥିବା ଅମିତ ଶାହ ସୂଚନା ଦେଇଛନ୍ତି। ୧୬ ଜିଲାର ୧୨୦ଥାନା ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଜାରି ରହିଛି। ଆଦିବାସୀ ଅଞ୍ଚଳରେ ବିକାଶର ମୁଖ୍ୟ ବାଧା ସାଜୁଛନ୍ତି ନକ୍ସଲ। ସବୁଠାରୁ ଅଧିନ ମାନବାଧିକାର ହନନ ନକ୍ସଲଙ୍କ ଯୋଗୁଁଁ ହେଉଛି। ଏବେ ଅନ୍ତିମ ପ୍ରହାର କରି ଏହାକୁ ଶେଷ କରିବାକୁ ପଡ଼ିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜ୍ଞାନ ଭୁବନରେ ଚାଲିଥିବା ବୈଠକରେ ଯୋଗ ଦେଇଛନ୍ତି ଓଡ଼ିଶା ସମେତ ୮ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ଡିଜି ୱାଇ.ବି ଖୁରାନିଆ ଯୋଗ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories