www.samajalive.in
Sunday, December 14, 2025
19.1 C
Bhubaneswar

ଇମରାନଙ୍କୁ ଚିଠି ଲେଖି ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦୀ। ଏହି ଚିଠିରେ ଭାରତ ପଡ଼ୋଶୀ ଦେଶ ସହ ବଳିଷ୍ଠ ସମ୍ପର୍କର ପକ୍ଷପାତ ବୋଲି ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ପାକ୍‍ ବୈଦେଶିକ ମନ୍ତ୍ରୀ ଶାହ ମହସୁଦ୍‍ କୁରେଶୀ ପାକିସ୍ତାନ ପ୍ରସଙ୍ଗରେ ସମ୍ପର୍କକୁ ଗୁରୁତ୍ୱ ଦେବା ଅପେକ୍ଷା ପାକିସ୍ତାନ ଶକ୍ତିକୁ ଭାରତ ସହ ତୁଳନା କରିଥିଲେ। ବୈଦେଶିକ ମନ୍ତ୍ରୀଙ୍କ ଏଭଳି ବୟାନ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ନେଇ ଆଶଙ୍କା ସୃଷ୍ଟି କରିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଚିଠିରେ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ଚାହୁଁଛନ୍ତି ବୋଲି ଲେଖିଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ଆଲୋଚନା ସମ୍ପର୍କିତ ପ୍ରସ୍ତାବର ଉଲ୍ଲେଖ କରାଯାଇ ନାହିଁ। ତେଣୁ ଉଭୟ ରାଷ୍ଟ୍ର ସମ୍ପର୍କକୁ ନେଇ “ପ୍ରଥମେ କିଏ’ ଏଭଳି ଏକ ଦ୍ୱନ୍ଦ୍ୱରେ ଥିବା ଅନୁମେୟ ହେଉଛି।
ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଇମରାନ ଖାନ ଦାୟିତ୍ୱ ଗ୍ରହଣ ପରେ ଦେଶବାସୀଙ୍କ ପାଇଁ ପ୍ରାୟ ୧ଘଣ୍ଟାର ଭାଷଣ ଦେଇଥିଲେ। ଏହି ଭାଷଣରେ ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାର ପ୍ରତିଶ୍ରୁତି ସମେତ ଖର୍ଚ୍ଚ କାଟ ଉପରେ ଆଲୋକପାତ କରିଛନ୍ତି। ଏପରିକି ଦେଶ ଉପରେ ବର୍ଦ୍ଧିତ ଋଣ ପାଇଁ ପୂର୍ବ ସରକାରକୁ କଟୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‍।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories