ତିରୁଭାନନ୍ତପୁରମ୍: କେରଳ ବନ୍ୟା ଦୁର୍ଗତଙ୍କୁ ସହାୟତା ପାଇଁ ଦେଶର କୋଣ ଅନୁକୋଣ ଏପରିିକି ବିଦେଶରୁ ମଧ୍ୟ ସହାୟତାର ହାତ ବଢ଼ିଥିବା ବେଳେ ଖୋଦ୍ କେରଳ ବାର ଆସୋସିଏସନ୍ ବିପରୀତ ଆଭିମୁଖ୍ୟ ପ୍ରଦର୍ଶନ କରିଛି। ବନ୍ୟା ଦୁର୍ଗତଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ୍ ସାମଗ୍ରୀ ରଖିବା ପାଇଁ ସ୍ଥାନ ଦେବାକୁ ମନା କରି ଆସୋସିଏସସନ୍ ଚର୍ଚ୍ଚାକୁ ଆସିଛି। ଜିଲାପାଳଙ୍କ ନୋଟିସ୍ ପାଇବା ପରେ ସଂଘ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଛି। ଅବଶ୍ୟ ଏ ବିଷୟରେ ପୂର୍ବରୁ ଅବଗତ ନଥିବା ସଂଘ ପକ୍ଷରୁ କୁହାଯାଇଛି।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କହିବା ଅନୁଯାୟୀ ଯେତେବେଳେ ରିଲିଫ୍ ସାମଗ୍ରୀ ରଖିବା ପାଇଁ ସଂଘର କାର୍ଯ୍ୟାଳୟକୁ ପଠାଯାଇଥିଲା ସେତେବେଳେ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ମନା କରିଦେଇଥିଲେ। ଏହାପରେ ଜିଲାପାଳ ଟି ଭି ଅନୁପମାଙ୍କ ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।
ରିଲିଫ୍ ସାମଗ୍ରୀ ରଖିବାକୁ ମନା କଲା କେରଳ ବାର ଆସୋସିଏସନ୍
Popular Categories



