www.samajalive.in
Monday, December 15, 2025
14.1 C
Bhubaneswar

ଅଗଷ୍ଟ ୫ରେ ରାମ ମନ୍ଦିର ଶିଳାନ୍ୟାସ କରିବେ ମୋଦୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ। ଏ ନେଇ ଅଯୋଧ୍ୟାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିରେ ଯୋଗ ଦେବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ।

ସେ କହିଛନ୍ତି ଯେ ଶିଳାନ୍ୟାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ଭଗବାନ ରାମ ଏବଂ ହନୁମାନ ମନ୍ଦିରରେ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ।

- Advertisement -

ଏଥି ସହିତ ମଙ୍ଗଳବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରସ୍ତାବିତ ନୂତନ ମନ୍ଦିରର ଡିଜାଇନ୍ ପ୍ରସ୍ତୁତ ହୋଇଛି। ଟ୍ରଷ୍ଟ ଏହି ମନ୍ଦିରର ନାମ ଶ୍ରୀରାମ ଜନ୍ମଭୂମି ମନ୍ଦିର ରଖିଛି। ଏହି ମନ୍ଦିରର ଆକାର ବର୍ତ୍ତମାନ ୮୪ ହଜାର ୬ ଶହ ବର୍ଗଫୁଟକୁ ବୃଦ୍ଧି ପାଇଛି, ଯାହା ପୂର୍ବ ପ୍ରସ୍ତାବିତ ମନ୍ଦିରର ଦୁଇଗୁଣଠାରୁ ପ୍ରାୟ ୧୦ ହଜାର ବର୍ଗଫୁଟ ବଡ ଅଟେ। ନୂତନ ମନ୍ଦିର ଢାଞ୍ଚାରେ କୀର୍ତ୍ତନ ଏବଂ ପ୍ରାର୍ଥନା ପାଇଁ ମଧ୍ୟ ମଣ୍ଡପ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ମନ୍ଦିରରେ ୨୦ ହଜାର ଭକ୍ତଙ୍କ ସମାଗମ କ୍ଷମତା ଥିବା ବେଳେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଲୋକ ଏକାଠି ପୂଜା କରିପାରିବା ଭଳି ବ୍ୟବସ୍ଥା କରାଯାଇଛି।

ରାମ ମନ୍ଦିର ଶିଳାନ୍ୟାସ ସମୟରେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ ଏବଂ ସେଥି ପାଇଁ ୧୫୦ ଜଣ ନିମନ୍ତ୍ରିତ ବ୍ୟକ୍ତିଙ୍କ ସମେତ ମୋଟ ୨୦୦ ଜଣ ଏହି ଉତ୍ସବରେ ଉପସ୍ଥିତ ରହିବେ ବୋଲି ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories