www.samajalive.in
Monday, December 15, 2025
15.1 C
Bhubaneswar

କରୋନା ମୁକାବିଲା ଦିଗରେ ସମୟୋଚିତ ପଦକ୍ଷେପ ନେଉଛି ଭାରତ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ମହାମାରୀ କରୋନା ମୁକାବିଲା ଦିଗରେ ଭାରତ ପ୍ରଥମରୁ ସକ୍ରିୟ ଭାବେ ପଦକ୍ଷେପ ନେବା ଆରମ୍ଭ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି ଯେ କୋଭିଡ -୧୯ ବିଷୟରେ ଭାରତ ଆରମ୍ଭରୁ ପ୍ରସ୍ତୁତ ଥିଲା। ସ୍ୱତନ୍ତ୍ର ଡାକ୍ତରଖାନା ପ୍ରସ୍ତୁତ କରିବା, ଔଷଧ ବ୍ୟବସ୍ଥା କରିବା ଏବଂ ଦୈନନ୍ଦିନ ଭିତ୍ତିରେ ନମୁନା ପରୀକ୍ଷଣ କ୍ଷମତା ବୃଦ୍ଧି ସହିତ ଭାରତ କ୍ରମାଗତ ଭାବରେ ଏହାର ପ୍ରସ୍ତୁତି ଏବଂ ମୁକାବିଲା କୌଶଳ ବୃଦ୍ଧି କରୁଥିବା ଡାକ୍ତର ପୁନମ କହିଛନ୍ତି।

ସେ କହିଛନ୍ତି, ଭାରତର ରାଜ୍ୟ ସ୍ତରରେ ଏହି ଦକ୍ଷତାର ବିଭିନ୍ନ ବିଷୟରେ ଆମେ ପରିଚିତ। ଭାରତ ପରି ବୃହତ ଅଞ୍ଚଳ ଏବଂ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏଭଳି ପରିସ୍ଥିତି ଏକ ବିରଳ ଘଟଣା ନୁହେଁ। ସେ କହିଛନ୍ତି ଯେ କରୋନା ମୁକାବିଲା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡିକ ସମସ୍ତ କ୍ଷେତ୍ରରେ ସମାନ ଭାବରେ ପର୍ଯ୍ୟାପ୍ତ ହୋଇନପାରେ କିନ୍ତୁ ସାମର୍ଥ୍ୟ ଦୃଷ୍ଟିରୁ ଭାରତରେ ପରିସ୍ଥିତି ସହ ନିରନ୍ତର ଭାବରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories