www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତାକାଲି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ଶନିବାର ସ୍ୱଚ୍ଛ ଭାରତ ମିଶନର ଇଣ୍ଟରାକ୍ଟିଭ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ। ଗାନ୍ଧିଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଅବସରରେ ଏପ୍ରିଲ ୧୦, ୨୦୧୭ରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର (ଆରଏସକେ) ସ୍ଥାପନ କରିବାକୁ ଘୋଷଣା କରିଥିଲେ ।

ବିଶ୍ୱର ସବୁଠାରୁ ବଡ ବ୍ୟବହାର ପରିବର୍ତ୍ତନ ଅଭିଯାନ ସ୍ୱଚ୍ଛ ଭାରତ ମିଶନର ସଫଳ ଯାତ୍ରା ସମ୍ପର୍କରେ ଭବିଷ୍ୟତ ପିଢିଙ୍କୁ ଅବଗତ କରାଇବା ଆରଏସକେ ସ୍ଥାପନର ଲକ୍ଷ୍ୟ। ଆରଏସକେରେ ଡିଜିଟାଲ ଓ ଆଉଟଡୋର ଇନଷ୍ଟାଲେସନ ଉଭୟରୁ ସ୍ୱଚ୍ଛତା ଓ ଅନ୍ୟାନ୍ୟ ଦୃଷ୍ଟିକୋଣ ସମ୍ପର୍କିତ ସୂଚନା, ସଚେତନତା ଓ ତଥ୍ୟ ମିଳିପାରିବ । ବିଭିନ୍ନ ପ୍ରକ୍ରିୟା ଓ ଗତିବିଧିର ଜଟିଳ ପାରସ୍ପରିକ ପ୍ରଭାବକୁ ସମ୍ବାଦାତ୍ମକ ରୂପରେ ବୁଝାଇ ଦିଆଯିବ ଏବଂ ସର୍ବୋତମ ପ୍ରଥା, ବୈଶ୍ବିକ ମାନଦଣ୍ଡ, ସଫଳତା କାହାଣୀ ଓ ବିଷୟଗତ ବାର୍ତ୍ତା ମଧ୍ୟ ପ୍ରସ୍ତୁତ କରାଯିବ ।

- Advertisement -

ହଲ ନମ୍ବର ୧ରେ ଆଗନ୍ତୁକମାନେ ଏକ ନିଆରା ୩୬୦ ଡିଗ୍ରୀ ଅଡିଓ ଭିଜୁଆଲ କାର୍ୟ୍ୟକ୍ରମ ଦେଖିପାରିବେ । ଏହା ଭାରତର ସ୍ୱଚ୍ଛତା କାହାଣୀ-ବିଶ୍ୱ ଇତିହାସରେ ସବୁଠାରୁ ବଡ ବ୍ୟବହାର ପରିବର୍ତ୍ତନ ଅଭିଯାନ ସମ୍ପର୍କରେ ଜାଣିପାରିବେ। ବାପୁଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ୟ୍ୟ ସମ୍ପର୍କରେ ଜଣାଇବା ପାଇଁ ହଲ ନମ୍ବର ୨ରେ ସମ୍ବାଦାତ୍ମକ ଏଲଇଡି ପ୍ୟାନେଲ, ହୋଲୋଗ୍ରାମ ବକ୍ସ, ଇଣ୍ଟରାକ୍ଟିଭ ଗେମ ଆଦି ରହିବ। ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପର୍ୟ୍ୟନ୍ତ ଭାରତର ଯାତ୍ରାକୁ ପ୍ରଦର୍ଶିତ କରିବା ପାଇଁ ‘ଆରଏସକେ’ ନିକଟରେ ଥିବା ଲନରେ ଖୋଲା ଆକାଶ ତଳେ ତିନିଟି ପ୍ରଦର୍ଶନ ହେବ। କେନ୍ଦ୍ର ଚାରିପଟେ ଥିବା ପ୍ରାଚୀରରେ ମିଶନ ସଫଳତାର ମୁଖ୍ୟ ସୋପାନଗୁଡିକ ଚିତ୍ରିତ ହେବ।

‘ଆରଏସକେ’ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ରର ଆମ୍ପିଥିଏଟରରେ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା ୩୬ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ସାମାଜିକ ଦୂରତ୍ୱ ପ୍ରୋଟୋକଲ ପାଳନ କରାଯିବ। ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧନ କରିବେ।

ସ୍ୱଚ୍ଛ ଭାରତ ମିଶନ ଭାରତର ଗ୍ରାମୀଣ ସ୍ୱଚ୍ଛତା ପରିବେଶରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ୫୫ କୋଟିରୁ ଅଧିକ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣି ସେମାନଙ୍କୁ ବାହାରେ ଶୌଚ କରିବା ପରିବର୍ତ୍ତେ ଶୌଚାଳୟ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଛି। ଏଥିପାଇଁ ଭାରତ ବିଶ୍ୱସ୍ତରରେ ବେଶ ପ୍ରଶଂସା ପାଇଛି । ଆମେ ବିଶ୍ୱ ପାଇଁ ଉଦାହରଣ ସାଜିଛୁ। ଦ୍ୱିତୀୟ ପର୍ୟ୍ୟାୟରେ ପହଁଚିଥିବା ଏହି ମିଶନର ଲକ୍ଷ୍ୟ ହେଲା ଭାରତର ଗାଁଗୁଡିକୁ ଓଡିଏଫ (ଖୋଲାରେ ଶୌଚ ମୁକ୍ତ)ରୁ ଓଡିଏଫ ପ୍ଲସରେ ପରିଣତ କରିବା । ଏହି ପର୍ୟ୍ୟାୟରେ ଓଡିଏଫ ମାନ୍ୟତା ବଜାୟ ରଖିବା ସହ ସମସ୍ତଙ୍କ ପାଇଁ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories