www.samajalive.in
Saturday, December 6, 2025
14.1 C
Bhubaneswar

ଅସରାଏ ବର୍ଷାରେ ବେହାଲ ରାସ୍ତା ; ଖାଲରେ ଗାଡି, ଠେଲିବା ପାଇଁ ଖୋଜା ପଡୁଛି ଲୋକ

ବଲାଙ୍ଗିର : ରାସ୍ତାରେ ଆଣ୍ଠୁଏ ଖାଲ। ଅସରାଏ ବର୍ଷା ହେଲେ ବେହାଲ ହେଇଯାଏ ରାସ୍ତାର ଅବସ୍ଥା। ଆମ୍ବୁଲାନ୍ସ ହେଉକି ଅନ୍ୟ ଯେକୌଣସି ଗାଡି ଯିବା ପାଇଁ ଏହି ରାସ୍ତାରେ ଡରନ୍ତି। ଗାଡି ଠେଲି ବାହାର କରିବା ପାଇଁ ଲୋକ ଖୋଜା ପଡନ୍ତି। ଏ ହେଉଛି ପୁଇଁନ୍ତଲା ବ୍ଲକ ଜାମଗାଁ-ସାତମାଇଲ୍‍ ରାସ୍ତାର ଅବସ୍ଥା।

ଗତ ବର୍ଷ ଅଗଷ୍ଟ ବନ୍ୟାରେ ଏହି ରାସ୍ତାଟି ଧୋଇଯାଇଥିଲା। ରାସ୍ତାର ମରାମତି କରାଗଲା ନାହିଁ। ଅସରାଏ ବର୍ଷା ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଏ। ପାଣି ଜମି ରହେ ରାସ୍ତା ଉପରେ। ଖାଲ ଯୋଗୁଁ ଗାଡି ଚାଳକ ବି ଠଉରେଇ ପାରନ୍ତି ନାହିଁ। ଫଳରେ ଗାଡିଗୁଡ଼ିକ ଖାଲରେ ପଡ଼ି ଉଠି ପାରନ୍ତି ନାହିଁ। ଜାମଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗାଡିରେ ଡାକ୍ତର ଓ ନର୍ସଙ୍କୁ ନେଇ ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇବାକୁ ଯାଉଥିବା ବେଳେ ରାସ୍ତାରେ ଥିବା ଖାଲରେ ପଡ଼ି ଅଟକି ରହିଥିଲା। ଗାଡିଟି ବାହାରି ପାରି ନଥିଲା। ଜାମଗାଁର ଲୋକେ ଏସଂପର୍କରେ ଖବର ପାଇ ପହଞ୍ଚିବା ପରେ ଗାଡିକୁ ଠେଲି ଠେଲି ବାହାର କରିଥିଲେ। ଏହି ସମସ୍ୟା ଆଜିର ନୁହେଁ। ଅନେକ ସମୟରେ ଗାଡିଗୁଡ଼ିକ ଏହି ରାସ୍ତାରେ ଫଶି ଯାଉଛି। ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ତଥା ପୁଇଁନ୍ତଲା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କୁ ଲୋକେ ଏହି ରାସ୍ତା ସମସ୍ୟା ସଂପର୍କରେ ଜଣାଇଲେଣି। ହେଲେ କୌଣସି ସୁବିଧା କରାଯାଉ ନାହିଁ।

- Advertisement -

ଅଟୋ ଚାଳକ ନନ୍ଦକିଶୋର ପଣ୍ଡା କହିଛନ୍ତି ଯେ, ଏ ସମସ୍ୟା ସଂପର୍କରେ ଗାଁ ଲୋକେ ପ୍ରଶାସନିକ ଓ ଲୋକପ୍ରତିନିଧିଙ୍କୁ ଜଣାଇଥିଲେ ବି କୌଣସି କାମ କରାଯାଇ ନାହିଁ। ଏଥିପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁ ଲୋକେ ବି ବାରମ୍ବାର କହିବା ପରେ ବି ସେମାନଙ୍କ କଥାକୁ ଶୁଣାଯାଉ ନାହିଁ। ଲୋଇସିଂହା ବିଧାୟକ ଡ.ମହାଲିଙ୍ଗଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ବିଡିଓ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ୨ ମାସ ତଳେ ସେ ବିଡିଓ ଭାବେ ଯୋଗ ଦେଇଛନ୍ତି। ସେ ସମସ୍ୟା ସଂପର୍କରେ ଅବଗତ ନଥିଲେ। ତାଙ୍କ ନଜରକୁ ଘଟଣା ଆସିଛି। ସେ ନିଶ୍ଚୟ ପଦକ୍ଷେପ ନେଇ କାମ ତ୍ୱରାନ୍ୱିତ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories