ଆଜି ପ୍ରଧାନମନ୍ତ୍ରୀଙ୍କ ଘୋଷଣା

୭୫ ଜିଲାକୁ ମିଳିବ ଡିଜିଟାଲ ବ୍ୟାଙ୍କ

ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ୭୫ଟି ଜିଲାକୁ ୭୫ଟି ଡିଜିଟାଲ ବ୍ୟାଙ୍କ ୟୁନିଟ୍ (ଡିବିୟୁ) ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୂତ୍ରରୁ ପ୍ରକାଶ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ସମ୍ବୋଧନ ଦେବେ । ୨୦୨୨-୨୩ ବାର୍ଷିକ ବଜେଟ୍‌ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଉପଲକ୍ଷେ ଦେଶର ୭୫ ଜିଲାରେ ୭୫ଟି ଡିବିୟୁ ସ୍ଥାପନା ନିମନ୍ତେ ଘୋଷଣା କରାଯାଇଥିଲା । ଡିବିୟୁର ସ୍ଥାପନା ଦେଶର କୋଣ ଅଣୁକୋଣକୁ ଡିଜିଟାଲ ବ୍ୟାଙ୍କିଙ୍ଗ ପହଞ୍ଚାଇବା ଲାଗି କରାଯିବ। ସେହି ଅନୁସାରେ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଡିବିୟୁ ସ୍ଥାପିତ ହେବ ।

prayash

ଏଥିରେ ସାର୍ବଜନୀକ କ୍ଷେତ୍ରର ୧୧ ବ୍ୟାଙ୍କ, ୧୨ ଘରୋଇ ବ୍ୟାଙ୍କ ଓ ଏକ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭାଗ ନେଉଥିବା ପିଏମଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପିଏମଓଙ୍କ ଅନୁସାରେ ଡିବିୟୁ ଆଉଟଲେଟ୍‌ରୁ ସଞ୍ଚାଳିତ ହେବେ। ଲୋକେ ଏଠାରେ ସଞ୍ଚୟ ଖାତା ଖୋଲିବା, ବାଲାନ୍ସ ଚେକ୍ କରିବା, ପାସ୍ ବୁକ୍ ପ୍ରିଣ୍ଟ କରିବା,ନିବେଶ କରିବା, ଋଣ ଲାଗି ଆବେଦନ କରିପାରିବେ। ଏଠାରେ ସେମାନଙ୍କୁ କ୍ରେଡିଟ୍-ଡେବିଟ୍ କାର୍ଡ ଲାଗି ଆବେଦନ କରିବା, ଖାତାର ବିବରଣୀ ଜାଣିବା, କର ଓ ବିଲ ପୈଠ କରିବା, ନୋମିନେସନ କରିବା ଲାଗି ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରାଯିବ। ଡିବିୟୁ ଗ୍ରାହକଙ୍କୁ ବର୍ଷ ତମାମ ଉନ୍ନତ ଡିଜିଟାଲ ଅନୁଭବ ପ୍ରଦାନ କରିବାରେ ସକ୍ଷମ ହେବ। ଏହି ବ୍ୟାଙ୍କ ଡିଜିଟାଲ ବିତ୍ତୀୟ ସାକ୍ଷରତା ପ୍ରସାର କରିବ ତଥା ଗ୍ରାହକଙ୍କୁ ସାଇବର ସୁରକ୍ଷା ସଚେତନତା ସମେତ ସୁରକ୍ଷା ଉପାୟ ସଂକ୍ରାନ୍ତରେ ଶିକ୍ଷିତ କରିବ।

kalyan agarbati

Comments are closed.