www.samajalive.in
Saturday, December 13, 2025
23.1 C
Bhubaneswar

ଆସନ୍ତାକାଲି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ : ମୁଖ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ। କୋଭିଡ୍‍ ମହାମାରୀ ଦୃଷ୍ଟିରୁ ଟେଲିଭିଜନ୍‍ ମାଧ୍ୟମରେ ଏଥରର ଯୋଗଦିବସ ପାଳନ କରାଯିବ। ସକାଳ ସାଢ଼େ ୬ଟାରୁ ଦୂରଦର୍ଶନର ସବୁ ଚ୍ୟାନେଲ୍‍ ଜରିଆରେ ଯୋଗ ଦିବସ ପାଳନ ଆରମ୍ଭ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆୟୁଷ୍‍ ରାଷ୍ଟ୍ରମନ୍ତ୍ରୀ କିରଣ୍‍ ରିଜିଜୁ ମଧ୍ୟ ଉଦବୋଧନ ଦେବେ ଏବଂ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନଦ୍ୱାରା ଯୋଗ ପ୍ରଦର୍ଶନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଉଦ୍‍ବୋଧନ ପରେ ପରେ ଯୋଗ ଆରମ୍ଭ ହେବ। ୧୫ ଜଣ ସାଧୁସନ୍ଥ ଓ ଯୋଗଗୁରୁଙ୍କ ଦ୍ୱାରା ପ୍ରବଚନର ମଧ୍ୟ ଆୟୋଜନ କରାଯାଇଛି। ଚଳିତ ବର୍ଷ ପାଇଁ ଶୀର୍ଷକ ରହିଛି “Yoga For Wellness” ବା “ସୁସ୍ଥତା ପାଇଁ ଯୋଗ”।
ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ପକ୍ଷରୁ ମଧ୍ୟ ଯୋଗଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶ୍ୱର ୧୯୦ଟି ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ୨୦୧୪ ଡିସେମ୍ବର ୧୧ ତାରିଖରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଜୁନ୍‍ ୨୧ ତାରିଖ ଦିନ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରିବାକୁ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଘୋଷଣା କରାଯାଇଥିଲା।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସନ୍ତାକାଲି ଜୁନ ୨୧ରେ ଆମେ ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା । ଏହି ବର୍ଷର ବିଷୟବସ୍ତୁ “ସୁସ୍ଥତା ପାଇଁ ଯୋଗ”, ଯାହା ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବି” ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories