ଜାତିସଂଘ ସାଧାରଣ ପରିଷଦରେ ଆଜି ମୋଦୀଙ୍କ ଉଦବୋଧନ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସଂଧ୍ୟାରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନରେ ଉଦବୋଧନ ଦେବେ। ଭାରତୀୟ ସମୟ ଅନୁସାରେ ସଂଧ୍ୟା ୬ଟା ୩୦ ମିନିଟରେ ଜାତିସଂଘ ଅଧିବେଶନ ଆରମ୍ଭ ହେବ। ଭାରତୀୟ ସମୟ ରାତି ୮ଟାରୁ ୯ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ତେବେ​‌ ଶ୍ରୀ ମୋଦୀଙ୍କ ବକ୍ତବ୍ୟ ମୁଖ୍ୟତଃ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ  ରହିବ ବୋଲି ବିଶେଷଜ୍ଞମାନେ ଆଶା କରିଛନ୍ତି। ଜାତିସଂଘ ପାଇଁ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ କହିଛନ୍ତି ଯେ,ଭାରତର ଜାତିସଂଘ ସାଧାରଣ ପରିଷଦରେ ଯୋଗଦାନ ଅଦ୍ଭୂତପୂର୍ବ ଏବଂ ଏହାଦ୍ୱାରା ନିଶ୍ଚିତ ସୁଫଳ ମିଳିବ।

Comments are closed.