www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ଷ୍ଟାର୍ଟ ଅପ୍‍ ନୀତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନସିଂ ଜରିଆରେ ମଧ୍ୟପ୍ରଦେଶ ଷ୍ଟାର୍ଟ ଅପ୍‍ ନୀତିର ଶୁଭାରମ୍ଭ କରିବେ। ଇନ୍ଦୋର ଠାରେ ଅନୁଷ୍ଠିତ ହେଉଥିବା ମଧ୍ୟପ୍ରଦେଶ ଷ୍ଟାର୍ଟ ଅପ୍‍ ସମ୍ମିଳନୀରେ ଶ୍ରୀ ମୋଦୀ ଷ୍ଟାର୍ଟ ଅପ୍‍ ଉଦ୍ୟମୀମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦି ମଧ୍ୟପ୍ରଦେଶ ଷ୍ଟାର୍ଟ ଅପ୍‍ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ ଏବଂ ଏହା ଜରିଆରେ ଷ୍ଟାର୍ଟ ଅପ୍‍ ଇକୋ ବ୍ୟବସ୍ଥା ଉନ୍ନତି ହାସଲ କରିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଏହି ସମ୍ମିଳନୀରେ ସରକାରଙ୍କ ତରଫରୁ ଏବଂ ବେସରକାରୀ କ୍ଷେତ୍ରର ଷ୍ଟାର୍ଟ ଅପ୍‍ ଇକୋ ବ୍ୟବସ୍ଥା ନୀତି ନିର୍ଦ୍ଧାରକମାନେ ଉଦ୍ୟୋଗପତି, ଶିକ୍ଷାବିତ୍‍, ପୁଞ୍ଜିନିବେଶକାରୀ, ପ୍ରଶିକ୍ଷକ ଓ ଅନ୍ୟ ଭାଗିଦାରୀମାନେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକମାନେ ନୂଆ ଷ୍ଟାର୍ଟ ଅପ୍‍ କମ୍ପାନୀ ଖୋଲୁଥିବା ବ୍ୟକ୍ତିମାନଙ୍କୁ ମାର୍ଗଦର୍ଶନ କରିବେ ଏବଂ ବିଭିନ୍ନ ପାଣ୍ଠି ସଂଗ୍ରହ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଇବେ। ଏହି ଅବସରରେ ପୁଞ୍ଜିନିବେଶକାରୀମାନଙ୍କ ସହ ଷ୍ଟାର୍ଟ ଅପ୍‍ କମ୍ପାନୀଗୁଡ଼ିକ ସହଭାଗିତା କରିବା ପାଇଁ ସୁଯୋଗ ପାଇବେ ଏବଂ ରାଜ୍ୟରେ ଷ୍ଟାର୍ଟ ଅପ୍‍ ଇକୋ ବ୍ୟବସ୍ଥାର ବିକାଶ ପାଇଁ ସେମାନେ ପଦକ୍ଷେପ ନେଇପାରିବେ ବୋଲି ଆଶା କରାଯାଉଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories