ଡେସ୍କ: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆସନ୍ତା ୧୬ ତାରିଖ ଦିନ ଲୁମ୍ବିନୀ ଗସ୍ତ କରିବେ। ୨୦୧୪ ମସିହା ପରଠାରୁ ଶ୍ରୀ ମୋଦୀଙ୍କର ଏହା ପଞ୍ଚମ ନେପାଳ ଗସ୍ତ। ଏହି ଗସ୍ତ ସହ ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନ ପ୍ରଦାନ ଓ ଭାବ ବିନିମୟ ପରମ୍ପରା ଜାରି ରହିଛି ଏବଂ ଭାରତର ‘ପଡ଼ୋଶୀ ପ୍ରଥମେ’ ନୀତିକୁ ଆହୁରି ମଜବୁତ କରାଯାଇପାରିଛି। ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ଭାବ ଆଦାନ ପ୍ରଦାନ ଓ ସଭ୍ୟତା ମଧ୍ୟରେ ତାଳମେଳର ପ୍ରତୀକ ବୋଲି ବିବେଚନା କରାଯାଉଛି।
Popular Categories



