www.samajalive.in
Monday, December 15, 2025
14.1 C
Bhubaneswar

ବୁଲାବିକାଳିଙ୍କ ସହ କଥାହେଲେ ମୋଦୀ, ପାର୍ବଣଋତୁରେ ସତର୍କତା ପାଇଁ କଲେ ନିବେଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ବଣଋତୁରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପର ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସଂକ୍ରମଣ ବ୍ୟାପିବାକୁ ନ ଦେବା ଲାଗି ଶାରୀରିକ ଦୂରତା ଭଳି ନିୟମଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶରେ ପିଏମ୍‍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

ମୋଦୀ କହିଛନ୍ତି, ଜନଧନ ଯୋଜନା, ଆୟୁଷ୍ମାନ ଯୋଜନା, ଉଜ୍ଜ୍ୱଳା ଯୋଜନା ପିଏମ୍‍ ସ୍ୱନିଧି ଯୋଜନା ଭଳି ଅନେକ ସରକାରୀ ଯୋଜନାରୁ ଦେଶର ଜନସାଧାରଣ ଉପକୃତ ହୋଇଛନ୍ତି ଓ କରୋନାର ସଫଳ ମୁକାବିଲା ପାଇଁ ସକ୍ଷମ ହୋଇଛନ୍ତି। ସେ କହିଛନ୍ତି, ଭାରତର ଜନସାଧାରଣ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମ୍ପୂର୍ଣ୍ଣ ସକ୍ଷମ ବୋଲି ସମଗ୍ର ବିଶ୍ୱକୁ ଦେଖାଇ ପାରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ୟାଙ୍କଗୁଡ଼ିକ ଦେଶର ଗରିବ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓ ଏ ଦିଗରେ ସରକାର ଅହରହ କାର୍ଯ୍ୟ କରୁଛନ୍ତି।

- Advertisement -

ପିଏମ୍‍ ସ୍ୱନିଧି ଯୋଜନା ବିଷୟରେ ସେ କହିଛନ୍ତି, ଦେଶ ସ୍ୱାଧୀନ ହେବା ପରଠାରୁ ପ୍ରଥମଥର ପାଇଁ ବୁଲାବିକାଳିମାନଙ୍କ ଲାଗି ଏଭଳି ଏକ ଯୋଜନା ଅଣାଯାଇଛି। ଏହି ଯୋଜନାର ଦ୍ରୁତ କାର୍ଯ୍ୟକାରିତା ଯୋଗୁଁ ଲୋକମାନେ ବହୁମାତ୍ରାରେ ଉପକୃତ ହୋଇପାରିଛନ୍ତି। ଏହି ଯୋଜନା ଖୁବ୍‍ଶୀଘ୍ର ଲାଗୁ କରାଯାଇଛି ଓ ଏଥିରେ ମଧ୍ୟସ୍ଥମାନଙ୍କର କୌଣସି ଭୂମିକା ରହିନାହିଁ। ସେ କହିଛନ୍ତି, ବୁଲାବିକାଳିମାନଙ୍କର ଦେଶର ଅର୍ଥନୀତିରେ ଗୁରୁ ଭୂମିକା ରହିଛି ଓ ଉତ୍ତରପ୍ରଦେଶ ଭଳି ବଡ଼ବଡ଼ ରାଜ୍ୟରୁ ବୁଲାବିକାଳିମାନଙ୍କୁ ବାହାରକୁ କାମଧନ୍ଦ ପାଇଁ ଯିବାକୁ ପଡ଼ିବ ନାହିଁ।

ଗତ ଜୁନ ପହିଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟିକ ଋଣ ରିହାତି ସୁଧହାରରେ ଯୋଗାଇ ଦିଆଯାଇଥାଏ। ଏହି ଅବସରରେ ଉତ୍ତରପ୍ରଦେଶର ପ୍ରାୟ ୩ଲକ୍ଷ ହିତାଧିକାରୀଙ୍କୁ ଯୋଜନା ଅଧୀନରେ ଋଣ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଛି ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟର ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ ରାଜ୍ୟର ସବୁ ଜିଲ୍ଲାରେ ଟେଲିଭିଜନ ଜରିଆରେ ପ୍ରସାରିତ ହୋଇଛି। ରାଜ୍ୟର ସମସ୍ତ ୬୫୧ଟିଯାକ ସ୍ୱାୟତ୍ତ ଶାସନ ସଂସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିବାର ବ୍ୟବସ୍ଥା କରାଯାଇଥିଲା। ସେହିସବୁ ସ୍ଥାନରେ କାର୍ଯ୍ୟକ୍ରମର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିଲା ଓ ଲୋକମାନଙ୍କ ପାଇଁ ଶାରୀରିକ ଦୂରତା ନିୟମ ମଧ୍ୟ ଲାଗୁ କରାଯାଇଥିଲା।

ପିଏମ୍‍ ସ୍ୱନିଧି ଯୋଜନା ଅଧୀନରେ ରାଜ୍ୟର ପ୍ରାୟ ୭ ଲକ୍ଷ ବୁଲାବିକାଳିଙ୍କୁ ଚିହ୍ନଟ କରାଯାଇଛି ଓ ୬ ଲକ୍ଷ ୪୦ ହଜାର ଋଣ ଆବେଦନ ମିଳିଛି। ରାଜ୍ୟ ସରକାର ୩ ଲକ୍ଷ ୬୨ ହଜାର ବୁଲାବିକାଳିଙ୍କୁ ଋଣ ମଂଜୁର କରିଥିବା ବେଳେ ୩ ଲକ୍ଷ ବୁଲାବିକାଳି ସେମାନଙ୍କର ଋଣ ଅର୍ଥ ପାଇସାରିଲେଣି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories