www.samajalive.in
Sunday, December 14, 2025
26.1 C
Bhubaneswar

୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ନୂଆ ୭୫ ଟଙ୍କିଆ ମୁଦ୍ରା ମଧ୍ୟ ଉନ୍ମୋଚନ କରିଛନ୍ତି। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ବା ଅମୃତ କାଳ ପାଳନ କରାଯାଉଛି। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଏହି ମୁଦ୍ରା ଜାରି କରାଯାଇଛି।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, “ଆଜିର ଦିନଟି ଆମ ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ। ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ଦିବ୍ୟ ତଥା ଚମତ୍କାର ଭବନ ଦେଶର ସଶକ୍ତିକରଣ ସହିତ ଜାତିର ସମୃଦ୍ଧତା ଏବଂ ଶକ୍ତି ପାଇଁ ନୂତନ ଗତି ଏବଂ ଶକ୍ତି ଦେବ।’’

ସେ ଆହୁରି କହିଛନ୍ତି, “ଭାରତ ସଂସଦର ନୂତନ ଭବନ ଉଦଘାଟନ ହେବାପରେ ଆମର ହୃଦୟ ଓ ମନ ଗର୍ବ, ଆଶା ଏବଂ ପ୍ରତିଶୃତିରେ ପରିପୂର୍ଣ୍ଣ ହୋଇଛି । ଏହି ଭବ୍ୟ ସୌଧ ସଶକ୍ତିକରଣ ସ୍ୱପ୍ନକୁ ପ୍ରଜ୍ୱଳିତ କରି ତାହାକୁ ବାସ୍ତବରେ ପରିଣତ କରିବାର ଉତ୍ପତିସ୍ଥଳ ହେଉ । ଏହା ଆମ ମହାନ ରାଷ୍ଟ୍ରକୁ ପ୍ରଗତିର ନୂତନ ଶିଖରକୁ ନେଇଯାଉ।’’

 

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories