www.samajalive.in
Sunday, December 14, 2025
26.1 C
Bhubaneswar

ଗରିବଙ୍କୁ ୫ ଟଙ୍କିଆ ରନ୍ଧାଖାଦ୍ୟ ବିତରଣ କାର୍ଯ୍ୟକ୍ରମ; ଦଶମ ପାଳିରେ ଉପକୃତ ହେଲେ ୩୫୦ରୁ ଊର୍ଦ୍ଧ୍ବ ଲୋକ

ଦେବଗଡ଼: ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀଙ୍କ ସମ୍ପର୍କୀୟ,ସହାୟକ ଏବଂ ଗରିବ ଲୋକଙ୍କ ପାଇଁ ସାମାଜିକ ଅନୁଷ୍ଠାନ ‘ହାପି ଟୁ ହେଲ୍ପ ଫାଉଣ୍ଡେସନ’ ଗତ ମାର୍ଚ୍ଚ ୨୬ ତାରିଖଠାରୁ ୫ଟଙ୍କିଆ ରନ୍ଧା ଖାଦ୍ୟ ବିତରଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲା। ରବିବାର ଏହା ଦଶମ ପାଳିରେ ପହଞ୍ଚିଥିବା ବେଳେ ବହୁ ରୋଗୀଙ୍କର ସମ୍ପର୍କୀୟ, ସହାୟକ ଏବଂ ଗରିବ ଲୋକଙ୍କୁ ଏହି ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା। ବିଗତ ୯ପାଳି ଭଳି ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଜଗଦାନନ୍ଦ ନନ୍ଦ ଓ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଶଶୀ ଭୂଷଣ ଦାଶ ଅତିଥି ଭାବେ ଯୋଗଦେଇ ରନ୍ଧା ଖାଦ୍ୟ ବିତରଣ ପୂର୍ବକ ଦଶମ ପାଳିର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଆଜି ଦଶମ ପାଳିରେ ମୋଟ ୩୦୦ ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ ମାତ୍ର ୫ଟଙ୍କା ମୂଲ୍ୟରେ ରନ୍ଧାଖାଦ୍ୟ (ଭାତ ଓ ଡାଲମା) ଏବଂ ଆଚାର ବିତରଣ କରାଯାଇଥିଲା। ଆଗାମୀ ଦିନର କାର୍ଯ୍ୟକ୍ରମ ନିମନ୍ତେ ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଶଶୀଭୂଷଣ ଦାଶ ଏହି ଅବସରରେ ଆୟୋଜକ ‘ହାପି ଟୁ ହେଲ୍ପ ଫାଉଣ୍ଡେସନ’କୁ ନଗଦ ୨ ହଜାର ଟଙ୍କା ଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନରେ ‘ହାପି ଟୁ ହେଲ୍ପ ଫାଉଣ୍ଡେସନ’ର ସମ୍ପାଦକ ଆଲୋକ କୁମାର ଅମାନ୍ତ, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ନାୟକ, ପ୍ରତିଷ୍ଠାତା ସଦସ୍ୟ ରାଜକିଶୋର ଦାସ, ଅମରେନ୍ଦ୍ର ଗଙ୍ଗଦେବ, ବିକାଶ କୁମାର ପ୍ରଧାନ, ଚନ୍ଦ୍ର ଶେଖର ଭୁକ୍ତା, ପିକୁନ ଜତିନ, ଦୀପନ କୁମାର ନାୟକ, ପ୍ରୀତିଶ ମହାପାତ୍ର, କାହ୍ନୁ ଦେବତା, ସୁକାନ୍ତ ନାୟକ, ଶୈଳେନ୍ଦ୍ର ବ୍ରିନେଦ, ପପୁ ବିଶ୍ୱାଳ, କୃଷ୍ଣଚନ୍ଦ୍ର ସାହୁ, ସୁଦାମ ଚରଣ ପୃଷ୍ଟି, ଦୀପକ କୁମାର ଷଣ୍ଢ,ବିକାଶ ନାୟକ,ଚନ୍ଦନ ଦେବ, ସିକି ରଣା, ଭୁବନ ମୋହନ ନାଏକ, ଦୁଷ୍ମନ୍ତ ସାହୁ ଓ ସଞ୍ଜୟ ଥାପ୍ପାଙ୍କ ସମେତ ‘ହାପି ଟୁ ହେଲ୍ପ ଫାଉଣ୍ଡେସନ’ର ପ୍ରାୟ ସମସ୍ତ ସଦସ୍ୟ , ଉପଦେଷ୍ଟା ଏବଂ କର୍ମକର୍ତା ସକ୍ରୀୟ ସହଯୋଗ କରିଥିଲେ।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ, ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ରବିବାର ଏବଂ ଛୁଟିଦିନ ମାନଙ୍କରେ ଆହାର କେନ୍ଦ୍ର ଗୁଡିକ ବନ୍ଦ ରହୁଥିବାରୁ ସହରକୁ ଆସୁଥିବା ଗ୍ରାମାଂଚଳର ଗରିବ ଲୋକଙ୍କ ସମେତ ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ସମ୍ପର୍କୀୟା ଓ ସହାୟକମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ହୋଟେଲରେ ଖାଇବାକୁ ପଡୁୁଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତ ମାର୍ଚ୍ଚ ମାସ ୨୬ ତାରିଖ(ରବିବାର)ଠାରୁ ଜିଲା ମୂଖ୍ୟ ଚିକିତ୍ସାଳୟ ନିକଟସ୍ଥ ଆହାର କେନ୍ଦ୍ର ସମ୍ମୂଖରେ ‘ହାପି ଟୁ ହେଲ୍ପ ଫାଉଣ୍ଡେସନ’ ପକ୍ଷରୁ ଏହି ଅଭିନବ ୫ଟଙ୍କିଆ ମିଲର ବ୍ୟବସ୍ଥା କରାଯାଇଛି ଓ ଫାଉଣ୍ଡେସନର ଏଭଳି ଅଭିନବ ପ୍ରୟାଶକୁ ଜିଲାର ବିଭନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ପରିଚାଳନା ପାଇଁ ବହୁ ବଦାନ୍ୟ ବ୍ୟକ୍ତି ମଧ୍ୟ ଆର୍ଥିକ ସହେଯାଗର ହାତ ବଢ଼ାଉଥିବା ଦେଖିବାକୁ ମିଳିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories