କାମାକ୍ଷାନଗର: କାମାକ୍ଷାନଗର ବିଜେପି ପକ୍ଷରୁ ମହା ଜନସମ୍ପର୍କ କର୍ମଶାଳା ଭାଲୁଖିଆଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଢେଙ୍କାନାଳ ଲୋକସଭାର ବିସ୍ତାରକ ଅମୃତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଦଳର କାର୍ଯ୍ୟକର୍ତ୍ତା ଘର ଘର ବୁଲି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିବା ସହ ମିସ୍ଡ କଲ୍ ଦ୍ବାରା କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଲାଭର୍ଥୀମାନଙ୍କୁ ଯୋଡିବା, ପ୍ରତି ଶକ୍ତିକେନ୍ଦ୍ରରେ ଶହେରୁ ଊର୍ଦ୍ଧ୍ବ ଲାଭର୍ଥୀ ସମ୍ମିଳନୀ କରିବା ଏବଂ ଆସନ୍ତା ଜୁନ ମାସରେ ଏକ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ ନେଇ ମଣ୍ଡଳରେ ଏକ ସାଧାରଣ ସଭା ଅନୁଷ୍ଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଉପସଭାପତି ପବିତ୍ର ବିଶ୍ୱାଳ, ମଣ୍ଡଳ ସଭାପତି ବିଜୟ ମଲ୍ଲିକ, ଚନ୍ଦନ ବେହେରା, ପ୍ରସାଦ ସେଠୀ, ରଶ୍ମି ଦାସ, ପ୍ରମୋଦ ଭୋଇ, ବଳରାମ ସାହୁ, ଦିଗମ୍ବର ସ୍ୱାଇଁ, ଅନିଲ ଦାସ, ହାଡ଼ିବନ୍ଧୁ ସ୍ୱାଇଁ, ସନାତନ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



