www.samajalive.in
Sunday, December 14, 2025
23.1 C
Bhubaneswar

ଜିଲା ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ; ଜୁନ୍ ୧ରୁ ନିଜ ହକ୍ ଦାବିରେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି

ଭବାନୀପାଟଣା: ସ୍ଥାନୀୟ ଅମଲା ଭବନ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୩୧ ତାରିଖ ସୁଦ୍ଧା ଯଦି ଅମଲା କର୍ମଚାରୀଙ୍କ ଦାବି ସରକାର ପୂରଣ ନକରନ୍ତି ତେବେ ନିଜର ହକ ପାଇଁ ଜୁନ୍ ୧ ତାରିଖରୁ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଅମଲାମାନଙ୍କ ଅନୁପସ୍ଥିତିରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବିଭିନ୍ନ ଯୋଜନା ତଥା ସରକାରୀ କାର୍ଯ୍ୟରେ ମଧ୍ୟ ଗୁରୁତର ବ୍ୟାଘାତ ସୃଷ୍ଟି ହେବ। ଏହି ସମସ୍ୟା ପାଇଁ ସରକାର ଦାୟୀ ରହିବେ ବୋଲି ବୈଠକରେ ଉପସ୍ଥିତ ଅମଲା କର୍ମକର୍ତ୍ତା ଓ ଅମଲା ନେତାମାନେ ରୋକଠୋକ ଭାବରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ସଭାପତିତ୍ୱ ତଥା ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ୨୮ ତାରିଖ ଦିନ ସ୍ଥାନୀୟ ଅମଲା ଭବନରେ ଆୟୋଜିତ ବୈଠକରେ କଳାହାଣ୍ଡି ଜିଲ୍ଲା ସଂଘର ବିଭିନ୍ନ ବ୍ଳକ ଅଧ୍ୟକ୍ଷ ତଥା ଆବାହକ ଓ ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଅଂଶଗ୍ରହଣ କରିଥିଲେ। ଅମଲାମାନଙ୍କ ସେହି ଗୋଟିଏ ଦାବି କନିଷ୍ଠ ସହାୟକମାନଙ୍କ ମୂଳ ଦରମା ଲେବୁଲ -୪ ରୁ ଲେଭେଲ-୯ ବା ୯୩୦୦ସହିତ ଗ୍ରେଡ ପେ-୪୨୦୦ କରିବା ପାଇଁ ସରକାରଙ୍କୁ ଏ ସଂକ୍ରାନ୍ତୀୟ ଚରମ ଦାବିପତ୍ର ଗତ ମେ ୧ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ତେବେ ଦିଆଯାଇଥିବା ସମୟ ଅବଧି ମଧ୍ୟରେ ସରକାର ଦାବି ପୂରଣ ଦିଗରୁ କୌଣସି ପଦକ୍ଷେପ ନ ନେବାରୁ ମେ ୨୨ରୁ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ସ୍ବରୂପ କଳାବ୍ୟାଚ ପରିଧାନ କରି ନିଜର କାର୍ୟ୍ୟ କରି ଆସୁଛନ୍ତି। ରାଜ୍ୟ ସରକାର ଏହି ସମୟ ମଧ୍ୟରେ ଯଦି ଦାବି ପୂରଣ ନ ହୁଏ ତେବେ ଜୁନ ୧ ତାରିଖରୁ ଜିଲ୍ଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ଏହି ବୈଠକରେ ନିଷ୍ପତ୍ତି କରାଯାଇଥିଲା । ଆସନ୍ତା ୨୯ ତାରିଖ ଦିନ ସମସ୍ତ ଅମଲାଙ୍କୁ ନିଜ କାର୍ଯ୍ୟାଳୟ ମୁଖ୍ୟଙ୍କୁ ସମୂହ ଛୁଟି ଦରଖାସ୍ତ ପ୍ରଦାନ କରିବା ପାଇଁ ଏହି ବୈଠକରେ ନିବେଦନ କରାଯାଇଛି ।

- Advertisement -

ଏଠାରେ ସୂଚନାଯୋଗ୍ୟ, ଗତ ୨୦୧୭ ମସିହାରୁ କନିଷ୍ଠ ସହାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ସ୍ନାତକ ସହିତ କମ୍ପ୍ୟୁଟର ଦକ୍ଷତାକୁ ବୃଦ୍ଧି କରିଥିଲେ । ଯାହାଫଳରେ କନିଷ୍ଠ ସହାୟକମାନଙ୍କ ଦରମା ଅସଂଗତିକୁ ଦୂରକରିବା ପାଇଁ ସରକାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ । ଏହି ବୈଠକରେ ଓଡ଼ିଶା ଅମଲା ସଂଘ କଳାହାଣ୍ଡି ଜିଲ୍ଲା ସଭାପତି ସୁକାନ୍ତ ମହାପାତ୍ର, ଟ୍ରେଜେରୀ ଅମଲା ସଂଘର ଜିଲ୍ଲା ସଭାପତି ସୁରେନ୍ଦ୍ର ପଣ୍ଡା, ସବ୍ ରେଜିଷ୍ଟ୍ରେର ଅମଲା ସଂଘର ଜିଲ୍ଲା ସଭାପତି ଅଲେଖ ନାଏକ, ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ରୂପକେଶର ଦଳେଇ ମଞ୍ଚାସିନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଜଗତ ନାରାୟଣ ବେହେରା, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ବ୍ରଜବନ୍ଧୁ ମୁଣ୍ଡ, ବରିଷ୍ଠ ଅମଲା କାଶୀନାଥ ଦଣ୍ଡସେନା, ରାଜକିଶୋର ସାହୁ, ଟଙ୍କଧର ସାହୁ, ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଲକ୍ଷ୍ମଣ ବଚ୍ଛା, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ, ରାଜ କିଶୋର ସାହୁ, ଟଙ୍କଧର ସାହୁ, ବ୍ରଜକିଶୋର ମୁଣ୍ଡ, ଚିନ୍ମୟୀ ଠାକୁର, ମନୀଷା ସାହୁ, ଲବ ମହେର, କୃଷ୍ଣାରାଣୀ ନାଏକ, ସୁଶାନ୍ତ କୁମାର ମେହେର, ଜଗତନାରାୟଣ ବେହେରା, ବିଶ୍ୱନାଥ ମୁଣ୍ଡ ସମେତ ସମସ୍ତ ବ୍ଲକର ଚେୟାରମ୍ୟାନ ଓ ଆବାହକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକରେ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବା ପାଇଁ କମିଟି ଗଠନ କରାଯାଇଥିଲା ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories