ଢେଙ୍କାନାଳ ସଦର : ସୋମବାର ଯୋରନ୍ଦା ମହିମା ପୀଠକୁ ୫-ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ କରିବେ। ମହିମା ପୀଠର ଉନ୍ନତିକାରଣ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ଅନୁଦାନ ଘୋଷଣା ପରେ ସଚିବଙ୍କ ଆସିବାକୁ ନେଇ ଜିଲ୍ଲା ବିଜେପି ପ୍ରତିକ୍ରିୟାଶୀଳ ହୋଇଛି। ଜଣେ ସଚିବଙ୍କ ପାଇଁ ଲୋକ ପ୍ରତିନିଧିଙ୍କ ତତ୍ପରତା ଅତି ଦୁର୍ଭାଗ୍ୟଜନକ, ତାଙ୍କ ଭବ୍ୟ ସ୍ୱାଗତ ପାଇଁ ୨ଜଣ ବିଧାୟକ, ଜଣେ ଢେଙ୍କାନାଳର ଆଉଜଣେ ରାଜ୍ୟ ସଂଗଠନ ସମ୍ପାଦକ ଯୋରନ୍ଦାରେ ଡେରା ପକାଇ ସଚିବଙ୍କ ଗସ୍ତ ପାଇଁ ବ୍ୟାପକ ଆୟୋଜନ ଓ ବନ୍ଦୋବସ୍ତ କରିବାକୁ ନେଇ ବିଜେପି ନିନ୍ଦା କରିଛି। ଗଣତନ୍ତ୍ରରେ ଜନପ୍ରତିନିଧି ସଚିବଙ୍କଠାରୁ ପ୍ରୋଟୋକଲରେ ଊର୍ଦ୍ଧ୍ବରେ ସମ୍ମାନ ଦେବା ବଦଳରେ ଏଠି ଓଲଟା ଗଙ୍ଗା ବହିବା ଅର୍ଥ ଗଣତନ୍ତ୍ରର ହତ୍ୟା ବୋଲି ପୂର୍ବତନ ସାଂସଦ ରୁଦ୍ର ପାଣି ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ନରେଶ ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ବିଜେପି ନେତା ବିଭୁତି ପ୍ରଧାନ, ସୁନୀଲ ଶର୍ମା, ରାମଚନ୍ଦ୍ର ପାତ୍ର ପ୍ରମୁଖ ନେତୃବୃନ୍ଦ ସବିବଙ୍କ ଗସ୍ତ ପାଇଁ ଜନପ୍ରତିନିଧିଙ୍କ ଭବ୍ୟ ଆୟୋଜନକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।
Popular Categories



