ଜିଲା ପ୍ରଶାସନ ଅନୁଦାନରେ ବାଲି ଲୋକନାଥ ମନ୍ଦିରର ରଙ୍ଗକାର୍ଯ୍ୟ ଶେଷ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗ୍ରାମରେ ଅବସ୍ଥିତ ବହୁ ପ୍ରାଚୀନ ବାଲି ଲୋକନାଥ ମନ୍ଦିର ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବହୁ ପୁରାତନ ମନ୍ଦିରଟିକୁ ଗତ ଫ୍ରେବୃୟାରୀ ମାସରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପରିଦର୍ଶନରେ ଆସିଥିଲେ। ମନ୍ଦିର ସମ୍ପର୍କରେ ବିଡିଓ ଜସ୍ମିନ ପ୍ରଧାନ ଏବଂ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ପରେ ମନ୍ଦିରଟିକୁ ରଙ୍ଗୀନ କରିବା ନେଇ ଦେଢ଼ ଲକ୍ଷ ଅର୍ଥରାଶି ଅନୁଦାନ ପ୍ରଦାନ କରିଥିଲେ। ସେହି ଅନୁଦାନରେ ମନ୍ଦିରଟିର ବର୍ତମାନ ରଙ୍ଗ କାମ ଶେଷ ହୋଇଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗ କାର୍ଯ୍ୟ କରାଯାଉଥିବା ଯୋଗୁଁ ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳ ଓ ବିଡିଓଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।

Comments are closed.