ଇଷ୍ଟର ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଡେସ୍କ: ଆଜି ଦେଶରେ ଇଷ୍ଟର ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଏବଂ ବିଦେଶରେ ରହୁଥିବା ଭାରତୀୟଂକୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏହି ଇଷ୍ଟର ପର୍ବ ପ୍ରେମ ଓ କରୁଣାର ନିଦର୍ଶନ। ସେ କହିଛନ୍ତି, ଯୀଶୁଖ୍ରୀଷ୍ଟ ସତ୍ୟ ଏବଂ ନ୍ୟାୟ ପାଇଁ ବଳିଦାନ ଦେଇଥିଲେ। ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଯୀଶୁଙ୍କ ଜୀବନୀକୁ ପାଥେୟ କରି ସଭିଏଁ ସମାଜରେ ପ୍ରେମ ଓ ତ୍ୟାଗର ବାର୍ତ୍ତା ପ୍ରଚାର କରିବା ଆବଶ୍ୟକ।
Easter greetings to all citizens especially to the Christian community. Easter is a symbol of love and compassion. Jesus gave us the message of love and forgiveness by sacrificing his life for truth and justice. Let us spread love and harmony by adopting ideals of Lord Jesus.
— President of India (@rashtrapatibhvn) April 9, 2023
ଉପରାଷ୍ଟ୍ରପତି କହିଛନ୍ତି, ଇଷ୍ଟର ପର୍ବ ପ୍ରଭୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ସ୍ମରଣ କରିଥାଏ। ଏହା ପ୍ରେମ, କରୁଣା ଏବଂ କ୍ଷମାର ପରିବର୍ତ୍ତନଶୀଳ ଶକ୍ତିର ସ୍ମାରକ ଅଟେ।
Wishing everyone a blessed Easter.
Commemorating the resurrection of Lord Christ, the auspicious occasion of Easter is a reminder of the transformative power of love, compassion & forgiveness.
Let the spirit of #Easter bring everyone closer together, generating harmony & peace.
— Vice President of India (@VPIndia) April 9, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଷ୍ଟର ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ଇଷ୍ଟର ପର୍ବ ସମାଜରେ ସମନ୍ୱୟ ଓ ଏକତ୍ୱଭାବ ସୃଷ୍ଟି କରିଥାଏ। ସେ କହିଛନ୍ତି, ଏହା ଲୋକମାନଙ୍କୁ ସମାଜ ପ୍ରତି ଥିବା କର୍ତ୍ତବ୍ୟବୋଧ ସହ ଅବହେଳିତ ମାନଙ୍କୁ ସଶକ୍ତ କରିଥାଏ।
Happy Easter! May this special occasion deepen the spirit of harmony in our society. May it inspire people to serve society and help empower the downtrodden. We remember the pious thoughts of Lord Christ on this day.
— Narendra Modi (@narendramodi) April 9, 2023
ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ ଓ କବର ଦିଆଯିବା ପରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ପାଳନ କରିବା ପାଇଁ ଶୁଭ ଶୁକ୍ରବାର ପରବର୍ତ୍ତୀ ରବିବାର ଦିନ ଇଷ୍ଟର ପାଳନ କରାଯାଏ। ବାଇବଲ ଅନୁଯାୟୀ, ଶୁକ୍ରବାର ଦିନ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା ଏବଂ ତିନି ଦିନ ପରେ ସେ ଇଷ୍ଟର ରବିବାର ଦିନ ପୁନରୁତ୍ଥିତ ହୋଇଥିଲେ।
Comments are closed.