www.samajalive.in
Tuesday, December 9, 2025
15.1 C
Bhubaneswar

ମୋଦୀ-ପ୍ରବିନ୍ଦ ମିଳିତ ଭାବେ ଉଦଘାଟନ କଲେ ପ୍ରକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଗୁରୁବାର ମିଳିତ ଭାବେ ଅନେକଗୁଡ଼ିଏ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ମରିସସରେ ରହିଛି ଓ ଭିଡିଓ କନଫରେନସିଂ ଦ୍ୱାରା ଏହି ଦୁଇ ନେତା ଉଦଘାଟନ କରିଛନ୍ତି। ଏଥିରେ ମେଟ୍ରୋ ଏକ୍ସପ୍ରେସ ଫେଜ୍‍ ୱାନ୍‍ ପ୍ରକଳ୍ପ ଓ ନୂଆ ଇଏନଟି ହସ୍ପିଟାଲ ପ୍ରକଳ୍ପ ରହିଛି।

ଏହି ଅବସରରେ ମୋଦୀ କହିଛନ୍ତି, ଏହି ଦୁଇଟି ପ୍ରକଳ୍ପ ମରିସସ ଜନସାଧାରଣଙ୍କ ସେବାରେ ଲାଗିବ ଏବଂ ଏହା ମରିସସର ବିକାଶ ଦିଗରେ ଭାରତର ଦୃଢ ପ୍ରତିବଦ୍ଧତା ଦର୍ଶାଉଛି। ସେ କହିଛନ୍ତି, ଉଭୟ ଭାରତ ଓ ମରିସସ ବିଶ୍ୱରେ ଶାନ୍ତି ସ୍ଥାପନ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଦୁଇଟି ପ୍ରକଳ୍ପ ସ୍ଥାପନ ଦ୍ୱାରା ଭାରତ ମରିସସ୍‍ର ବିକାଶକୁ କେତେ ଗୁରୁତ୍ୱପ୍ରଦାନ କରୁଛି ତାହା ସ୍ପଷ୍ଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ କହିଛନ୍ତି, ଉଭୟ ଭାରତ ଓ ମରିସସରେ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଉଭୟ ଦେଶ ସେମାନଙ୍କର ଲୋକମାନଙ୍କର ସମୃଦ୍ଧି, ଅଞ୍ଚଳର ଶାନ୍ତି ଓ ବିଶ୍ୱଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ।

- Advertisement -

ସେ କହିଛନ୍ତି, ଆଜିର ଏହି ପ୍ରକଳ୍ପ ଉଦ୍‍ଘାଟନ ସହ ଦୁଇ ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ଓ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି। ମୋଦୀ କହିଛନ୍ତି, ମରିସସର ମେଟ୍ରୋ ପ୍ରକଳ୍ପ ସ୍ଥାପନ ହେବା ପରେ ସେଠାରେ ପ୍ରଦୂଷଣ ମୁକ୍ତ ଓ ଶସ୍ତାରେ ପରିବହନ ସମ୍ଭବ ହେବ। ଏହା ସେ ଦେଶର ଅର୍ଥନୈତିକ ବିକାଶ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ। ସେ କହିଛନ୍ତି, ଇ.ଏନ୍‍.ଟି. ହସ୍ପିଟାଲ୍‍ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବ। ମରିସସ ପ୍ରଧାନମନ୍ତ୍ରୀ ଜଗନ୍ନାଥ କହିଛନ୍ତି, ମରିସସ୍‍ର ଜନସାଧାରଣ ଏଥିପାଇଁ ଭାରତ ନିକଟରେ କୃତଜ୍ଞତା ଜଣାଉଛନ୍ତି। ମରିସସ୍‍ର ବିକାଶ ପାଇଁ ଏହା ଭାରତମାତାର ଆଶୀର୍ବାଦ ଆବଶ୍ୟକ କରେ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories