www.samajalive.in
Monday, December 15, 2025
14.1 C
Bhubaneswar

ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ ଦେଇଛୁ। ଗରିବଙ୍କ ଦୁଃଖ, ସାଧାରଣ ମାନବର ସମସ୍ୟା, ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ ବୋଲି ସେ କହିଛନ୍ତି। ଏସବୁ ବୁଝିବା ଓ ଅନୁଭବ କରିବା ପାଇଁ ସେତିକି ଆଗ୍ରହ ଆବଶ୍ୟକ।

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବା ଅବସରରେ ଏହା କହିଚାହଁନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ ନାମ ନ ନେଇ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆସନ୍ତା ୨୫ ବର୍ଷର ବିକାଶର ବାର୍ତ୍ତା ଦେଇଥିଲେ। ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କୁ ଦେଶବାସୀଙ୍କ ବିକାଶର କଥା ସବୁବେଳେ ବୋରିଂ ଲାଗେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories