www.samajalive.in
Monday, December 15, 2025
16.1 C
Bhubaneswar

ଦିଲ୍ଲୀ ଭୋଟ୍ ଦିନ ହିଁ କୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ, ତା’ପରେ..

ନୂଆଦିଲ୍ଲୀ: ଫେବୃଆରୀ ୫, ଜାତୀୟ ରାଜନୀତି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ଏହି ଦିନ ଦିଲ୍ଲୀରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଚଳିତ ଦିଲ୍ଲୀ ସାଧାରଣ ନିର୍ବାଚନ ଉଭୟ ବିଜେପି ଓ ଆପ୍‍ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆମେ ଏହା କହୁଛୁ ଯେ, ଯେବେଠାରୁ ମୋଦୀ ଦେଶରେ କ୍ଷମତାକୁ ଆସିଛନ୍ତି, ସେବେଠାରୁ ଦିଲ୍ଲୀକୁ ଅକ୍ତିଆର କରିବାରେ ବିଫଳ ହୋଇଛନ୍ତି। ସେପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦୁର୍ନୀତି ମାମଲାରେ ଗିରଫ ହୋଇ ଜାମିନରେ ଫେରିବା ପରେ ନିଜ ସ୍ଥିତି ଓ ନିଜ ଦଳର ସ୍ଥିତି ବଞ୍ଚାଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି।

ଏପରି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଏହି ଦିନ କାହଁକି ଗଙ୍ଗାରେ ବୁଡ଼ ପକାଇବାକୁ ସ୍ଥିର କରିଲେ ? ସେ ହୁଏତ ମାଘ ପଞ୍ଚମୀ କିମ୍ବା ମାଘ ସପ୍ତମୀ, ନହେଲେ ଅନ୍ୟ କୌଣସି ପବିତ୍ର ଦିନରେ ବୁଡ଼ ପକାଇ ପାରିଥାନ୍ତେ। ହେଲେ ଫେବୃଆରୀ ୫ କାହିଁକି ? କେତେବେଳେ ସେ ଗଙ୍ଗାରେ ବୁଡ ପକାଇବେ? କେଉଁ ସମୟ ସ୍ଥିର କରାଯାଇଛି ? ମିଳିଥିବା ସୂଚନା ଅନୁସାରେ, ମୋଦୀ ଫେବୃଆରୀ ୫ ତାରିଖ ସକାଳ ୧୦ଟା ୫ ମିନିଟରେ ପ୍ରୟାଗରାଜ ବିମାନ ବନ୍ଦରରେ ପହଞ୍ଚିବେ, ଏହାପରେ ଡିପିଏସ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସେ କୁମ୍ଭମେଳାର ଏରିଏଲ୍‍ ଘାଟରେ ଦିନ ୧୦ଟା ୪୫ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏରିଏଲ ଘାଟରୁ ଡଙ୍ଗା ମାଧ୍ୟମରେ ମୋଦୀ ମହାକୁମ୍ଭରେ ପହଞ୍ଚିବାର ସମୟ ସ୍ଥିର ହୋଇଛି। ସେଠାରେ ସେ ଦିନ ୧୧ଟାରୁ ୧୧ଟା ୩୦ ମିନିଟ ଯାଏଁ ଗଙ୍ଗା ନଦୀ ଓ ଘାଟରେ ବୁଡ ପକାଇବା ସହ ପୂଜାର୍ଚ୍ଚନା କରିବେ। ଏହାପରେ ସେ ତୁରନ୍ତ ଦିଲ୍ଲୀ ଫେରିଯିବେ। ଦିଲ୍ଲୀରେ ଚାଲିଥିବା ମତଦାନ ଉପରେ ସେ ନଜର ରଖିବେ। ଏ ହେଉଛି ଦିଲ୍ଲୀ ଭୋଟିଂ ଦିନ ମୋଦୀଙ୍କ କାର୍ଯ୍ୟକ୍ରମ।

- Advertisement -

ତେବେ ଭୋଟିଂ ଦିନ ବୁଡ଼ ପକାଇବା ଅର୍ଥ, ମୋଦୀ ହୁଏତ ସଂକଳ୍ପ କରିଥାଇ ପାରନ୍ତି, ଯେ ଦିଲ୍ଲୀ ଜିତିବାକୁ ହେଲେ ମା ଗଙ୍ଗାଙ୍କର ଆଶୀର୍ବାଦ ଲୋଡା। ଏମିତି ତ ମୋଦୀ ସନାତନ ଧର୍ମର ପ୍ରଚଣ୍ଡ ବିଶ୍ୱାସୀ। ସେ ସମସ୍ତ ଦେବାଦେବୀ, ପରମ୍ପରା, ପ୍ରଥା ଓ ସଂସ୍କୃତିକୁ ବିଶ୍ୱାସ କରନ୍ତି। ଐଶ୍ୱରିକ ଶକ୍ତିକୁ ସମ୍ମାନ କରିବା ସହ ପୂଜନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଭଗବାନ ଆଶୀର୍ବାଦ କରିଲେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ। ହୁଏତ ଗଙ୍ଗା ସ୍ନାନ କରିଲେ ପୁଣ୍ୟ ଫଳ ମିଳିବ।

ସେହିପରି ଆପ୍‍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହାର ଗୋଟିଏ ଦିନ ଆଗରୁ ଅର୍ଥାତ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ହନୁମାନ ମନ୍ଦିର ଯାଇ ମହାବୀରଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ନିଜ ପରିବାର ସହ ସେ ସଙ୍କଟ ମୋଚନଙ୍କ ପାଖକୁ ଯାଇ ଆଶୀର୍ବାଦ ଲୋଡ଼ିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories