www.samajalive.in
Sunday, December 7, 2025
26.1 C
Bhubaneswar

ଜମ୍ମୁ କାଶ୍ମୀରର ବାସ୍ତବ ପରିଚୟ ହେଉଛି ସମସ୍ତ ଧର୍ମବିଶ୍ୱାସ ପ୍ରତି ସମଭାବନା – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଫଳରେ ଜମ୍ମୁ ଓ କଶ୍ମୀର ସମ୍ପୂର୍ଣ୍ଣ ଭାବେ ଦେଶର ଅବଶିଷ୍ଟ ଭାଗ ସହିତ ଯୋଡ଼ି ହୋଇପାରିଛି। ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀରକୁ ଭାରତର ମୁକୁଟ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଜମ୍ମୁ ଓ କାଶ୍ମୀରର ବାସ୍ତବ ପରିଚୟ ହେଉଛି ସମସ୍ତ ଧର୍ମବିଶ୍ୱାସ ପ୍ରତି ଏହାର ସମଭାବନା ଓ ଏହାର ସୁଫି ପରମ୍ପରା। ସେ କହିଥିଲେ ଯେ ଏହି କ୍ଷେତ୍ର ବିକାଶ ପ୍ରକ୍ରିୟାରେ ପଛରେ ପଡ଼ିପାରିବ ନାହିଁ ଏବଂ କେବଳ ବନ୍ଧୁକ, ବୋମା, ଆତଙ୍କ ଓ ବିଚ୍ଛିନ୍ନତାବାଦ ଦ୍ୱାରା କବଳିତ ହୋଇପାରିବ ନାହିଁ।

୧୯ ଜାନୁଆରୀ ୧୯୯୦ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ ଓ କଶ୍ମୀରରୁ ବିତାଡ଼ିତ ହୋଇ ବହୁସଂଖ୍ୟକ ଲୋକଙ୍କୁ ସେମାନଙ୍କ ପରିଚୟ ହରାଇବାକୁ ପଡ଼ିଥିଲା। ନିଜର ବିସ୍ତୃତ ବିବୃତିରେ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରର ଖରାପ ସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଜମ୍ମୁ ଓ କାଶ୍ମୀର ଲୋକଙ୍କ ଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖାଯାଇ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇଛି। ବର୍ତମାନ ଏହି କ୍ଷେତ୍ରରେ ବ୍ୟାପକ ସ୍ତରରେ ବିକାଶ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ ଜାରି ହୋଇଥିବା କଟକଣା ଧୀରେ ଧୀରେ ଉଚ୍ଛେଦ କରାଯାଉଛି। କେନ୍ଦ୍ର ମନ୍ତ୍ରୀମାନେ ଏହି କେନ୍ଦ୍ର ଶାସିତ ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଛନ୍ତି ଓ ଲୋକମାନଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି। ସରକାର ନିଶ୍ଚିତ ଭାବେ ଏହି ମତାମତ ଉପରେ କାର୍ଯ୍ୟ କରିବେ।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଜମ୍ମୁ ଓ କାଶ୍ମୀର ଲୋକମାନଙ୍କ କଲ୍ୟାଣ ଏବଂ ଏହାର ସାମଗ୍ରିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲଦାଖକୁ ଏକ ଅଙ୍ଗାରକାମ୍ଳ ମୁକ୍ତ କେନ୍ଦ୍ରଶାସିତ ପ୍ରଦେଶ ଭାବେ ବିକଶିତ କରାଯିବ। ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ଏହି ଆଇନ ଦ୍ୱାରା କେହି ଜଣେ ହେଲେ ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ। ସେ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଏହି ସମାନ ମାର୍ଗରେ ହିଁ ଚାଲିଥିଲେ। ମୋଦୀ କହିଥିଲେ ଯେ, ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଚାହୁଁଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି। ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ ଲୋକସଭାରେ ଆଶ୍ୱାସନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ସିଏଏ ଲାଗୁ ହେବା ଦ୍ୱାରା ଧର୍ମ, ବିଶ୍ୱାସ ନିର୍ବିଶେଷରେ ଭାରତର କେହି ଜଣେ ହେଲେ ନାଗରିକ ପ୍ରଭାବିତ ହେବେ ନାହିଁ ବୋଲି ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ”।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories