ଯେଉଁମାନେ ଦେଶକୁ ଭଲ ପାଉଛନ୍ତି, ସେମାନେ ଦେଶର ଏକତା ପାଇଁ କାର୍ଯ୍ୟ କରୁଛନ୍ତି – ପ୍ରଧାନମନ୍ତ୍ରୀ

ଧର: ପାକିସ୍ତାନର ବାଲାକୋଟ୍ ସ୍ଥିତ ସନ୍ତ୍ରାସବାଦୀ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣରେ କେତେ ସଂଖ୍ୟକ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ, ସେ ସଂକ୍ରାନ୍ତରେ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କର ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ଧର୍ଠାରେ ବିଜୟ ସଙ୍କଳ୍ପ ର୍ୟାଲିରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଏକ ପକ୍ଷରେ ଯେଉଁମାନେ ଦେଶକୁ ଭଲ ପାଉଛନ୍ତି, ସେମାନେ ଦେଶର ଏକତା ପାଇଁ କାର୍ଯ୍ୟ କରୁଛନ୍ତି ଓ ଅନ୍ୟପକ୍ଷରେ ଯେଉଁମାନେ ମୋଦିଙ୍କୁ ପସନ୍ଦ କରୁ ନାହାନ୍ତି, ସେମାନେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି ଓ ଆମର ବୀର ଯବାନମାନଙ୍କ ଦକ୍ଷତା ପ୍ରତି ସନ୍ଦେହ ପ୍ରକାଶ କରୁଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଯେଉଁମାନେ ସମର୍ଥନ କରିଛନ୍ତି, ସେମାନଙ୍କର ମଧ୍ୟ ସେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ପାର୍ଟି ପୂର୍ବରୁ କିଛି କରି ନାହିଁ ଓ ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ବିରୁଦ୍ଧରେ କୌଣସି ପଦକ୍ଷେପ ନେବାର ଆଶା କରାଯାଉ ନାହିଁ।