ମୋଦୀଙ୍କ ପରେ ​‌​‌ଧୋନି ଦେଶର ସବୁଠୁ ପ୍ରଶଂସିତ ବ୍ୟକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦେଶର ସବୁଠାରୁ ପ୍ରଶଂସିତ ବ୍ୟକ୍ତିତ୍ବ। ‘ୟୁଗଭ୍‌’ ଦ୍ବାରା ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ବିଶ୍ବର ସବୁଠାରୁ ପ୍ରଶଂସିତ ବ୍ୟକ୍ତି କିଏ? ଏହାକୁ ନେଇ ୪୧ଟି ଦେଶର ୪୨୦୦୦ ବ୍ୟକ୍ତିଙ୍କ ଜନମତ ଲୋଡ଼ା ଯାଇଥିଲା। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍ ଭାବେ ଏହି ସର୍ଭେ କରା ଯାଇଥିଲା। ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସ୍ଥାନରେ ଥିବା ବେଳେ ମହିଳାଙ୍କ ମଧ୍ୟରେ ବିଶ୍ବ ଚମ୍ପିଆନ୍ ବକ୍ସର ଏମ୍‌.ସି. ମ୍ୟାରୀ କମ୍ ପ୍ରଥମ ସ୍ଥାନରେ ଅଛନ୍ତି।

ପୁରୁଷଙ୍କ ମଧ୍ୟରେ ମୋଦି ୧୫.୬୬ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ଧୋନି ୮.୫୮ ପ୍ରତିଶତ ଭୋଟ୍ ପାଇ ୨ୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ପରି କ୍ରିକେଟ ତାରକାଙ୍କୁ ଧୋନି ପଛରେ ପକାଇ ଦେଇଛନ୍ତି। ରତନ ଟାଟା (୮.୦୨), ବରାକ୍ ଓବାମା (୭.୩୬) ଓ ବିଲ୍‌ ଗେଟ୍‌ସ (୬.୯୬) ତାଲିକାରେ ମୋଦୀ ଓ ଧୋନିଙ୍କ ପଛରେ ଅଛନ୍ତି। ୫.୮୧ ପଏଣ୍ଟ ସହ ତେନ୍ଦୁଲକର ୬ଷ୍ଠ ଓ ୪.୪୬ ପଏଣ୍ଟ ସହ କୋହଲି ୭ମ ସ୍ଥାନରେ ରହିଛନ୍ତି। ଭାରତୀୟ ମହିଳାଙ୍କ ମଧ୍ୟରେ ମେରି କମ୍‌ଙ୍କ ପଛକୁ କିରଣ ବେଦୀ (୯.୪୬), ଲତା ମଙ୍ଗେସକର (୯.୨୩), ସ୍ବର୍ଗତ ସୁଷମା ସ୍ବରାଜ (୭.୧୩) ଓ ଦୀପିକା ପାଦ୍ୟୁକୋନ୍ (୬.୩୫) ରହିଛନ୍ତି।

Comments are closed.