www.samajalive.in
Tuesday, December 9, 2025
26.1 C
Bhubaneswar

୧୧ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ମନ୍ତ୍ର, ଲୋକଙ୍କୁ ଶ୍ରେଷ୍ଠ ଶାସନ ଦିଅ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରାଣସୀ ଗସ୍ତର ଦ୍ବିତୀୟ ଦିନରେ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ମୋଦୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆଗାମୀ ବିଭିନ୍ନ ବିଧାନସଭା ନିର୍ବାଚନ ଲାଗି ଗୁରୁମନ୍ତ୍ର ଦେଇଛନ୍ତି। ଆସନ୍ତାବର୍ଷ ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଓ ଗୁଜରାଟରେ ବିଧାନସଭାର ନିର୍ବାଚନ ହେବାକୁ ଯାଉଛି। ଏହି ୭ଟି ରାଜ୍ୟରୁ ୬ଟି ରାଜ୍ୟରେ ବିଜେପି କ୍ଷମତାରେ ରହିଛି। ବିଧାନସଭାରେ ନିର୍ବାଚନରେ ଦଳର କ୍ଷମତା ବଜାୟ ରଖିବା ଲାଗି ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ମୋଦୀ କହିଛନ୍ତି ନିର୍ବାଚନରେ ବିଜେପି ଏକଜୁଟ୍ ହୋଇ ଲଢିବା ଦରକାର। ଏପରି କି ଦଳ ଏକ ପରିବାର ଭଳି ଲଢିବା ଦରକାର। ଏହା ସହିତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଗୁଡିକ ନିଜ ଶ୍ରେଷ୍ଠ ଶାସନ ଲୋକଙ୍କୁ ଦେଖାଇବା ଦରକାର। ଲୋକେ ଅନୁଭବ କରିବା ଦରକାର ଯେ ଅନ୍ୟ ଦଳ ତୁଳନାରେ ବିଜେପି ଶାସିତ ରାଜ୍ୟର ଶାସନ ଉତ୍ତମ। ବୈଠକରେ ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ​‌ ଯୋଗ ଦେଇଥିଲେ। ମଙ୍ଗଳବାର ସକାଳୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା। ଅପରାହ୍ଣରେ ମୋଦୀ ବିହଙ୍ଗମ ଯୋଗ ସଂସ୍ଥା ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ। ସଦ୍‌ଗୁରୁ ସଦାଫାଲଦେଓଙ୍କ ୯୮ତମ ଜୟନ୍ତୀ ଉତ୍ସବରେ ମୋଦୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories