www.samajalive.in
Monday, December 15, 2025
24.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ୍ କିଲ୍ଲା ବିସ୍ଫୋରଣକୁ କେନ୍ଦ୍ର ସରକାର ଆତଙ୍କୀ ଆକ୍ରମଣ ବୋଲି ମାନିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଛି ଯେଉଁଥିରେ ଏହି ପ୍ରସ୍ତାବ ରଖାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ରର ନିଷ୍ପତ୍ତିର ସୂଚନା ଦେଇ କହିଛନ୍ତି ଯେ ମୋଦୀ ସରକାର ଆତଙ୍କୀ ଘଟଣାକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଉଛନ୍ତି ଏବଂ  ଦିଲ୍ଲୀ କାର୍ ବିସ୍ଫୋରଣ ଏକ ଜଘନ୍ୟ ଘଟଣା ବୋଲି କହିଛନ୍ତି। ଏହାର ଯାଞ୍ଚ ଆଦେଶ ଦିଆଯିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ସରକାର ଏହା ଉପରେ କଡା ନଜର ରଖିଛନ୍ତି। ସୂଚନାଯୋଗ୍ୟ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ୧୨ ଜଣ ପ୍ରାଣ ହରାଇବା ସହିତ ଅନେକ ଆହତ ହୋଇଛନ୍ତି। ବୁଧବାର ଏନେଇ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇ କୌଣସି ପ୍ରକାର ଆତଙ୍କୀ ଆକ୍ରମଣ ଯୁଦ୍ଧ ବିବେଚନା କରାଯିବ ବୋଲି କହିଛନ୍ତି। ଏହା ବ୍ୟତୀତ ଅପରେସନ ସିନ୍ଦୂରରେ ସରକାର କହିଥିଲେ କି ଏହା କେବଳ ସ୍ଥଗିତ, ସମାପ୍ତ ହୋଇନି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories