www.samajalive.in
Wednesday, December 10, 2025
16.1 C
Bhubaneswar

ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଯାଞ୍ଚ କଡାକଡି

ନୂଆଦିଲ୍ଲୀ: ବୁଧବାର ବେଙ୍ଗାଲୁରୁରୁ ବାରଣାସୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନକୁ ବୋମା ଧମକ ମିଳିବା ପରେ ତୁରନ୍ତ ଯାଞ୍ଚ କଡାକଡି କରାଯାଇଛି। ଏୟାରଲାଇନର ମୁଖପାତ୍ର କହିଛନ୍ତି କି ବାରଣାସୀ ଯାଉଥିବା ଏକ ଉଡାଣର ସୁରକ୍ଷା ସମ୍ବନ୍ଧରେ ବିପଦ ସୂଚନା ମିଳିଥିଲା। ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁସାରେ ସମ୍ବନ୍ଧିକ ଅଧିକାରୀଙ୍କୁ ତୁରନ୍ତ ସୂଚିତ କରାଯାଇଥିଲା ଏବଂ ସମସ୍ତ ସୁରକ୍ଷା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିଦିଆଯାଇଥିଲା। ତେବେ ବିମାନ ସୁରକ୍ଷିତ ଭାବେ ଅବତରଣ ହେବା ସହ  ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ପୁଣି ଉଡାଣ ଭରିବାକୁ ଅନୁମତି ଦିଆଯିବ। ଏହା ମଧ୍ୟରେ ଇଣ୍ଡିଗୋକୁ ମଧ୍ୟ ୫ ବିମାନ ବନ୍ଦର ଦିଲ୍ଲୀ, ମୁମ୍ବଇ, ଚେନ୍ନଇ, ହାଇଦରାବାଦ ଓ ତିରୁବନନ୍ତପୁରମରେ ସୁରକ୍ଷା ପାଇଁ ଡିଜିଟାଲ ସୂଚନା ମିଳିଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories