www.samajalive.in
Wednesday, December 10, 2025
23.1 C
Bhubaneswar

ଅନଲାଇନ୍ ବେଟିଂ ଆପ୍ ମାମଲାରେ ପ୍ରକାଶ ରାଜଙ୍କୁ ଜେରା

ମୁମ୍ବଇ: ଅଭିନେତା ପ୍ରକାଶ ରାଜଙ୍କୁ ବୁଧବାର ତେଲଙ୍ଗାନା ସରକାରଙ୍କ ଏସଆଇଟି ଦଳ ପଚରାଉଚରା କରିଛି। ତାଙ୍କୁ ଅନଲାଇନ୍ ଜୁଆ ଆପର ପ୍ରଚାର ସହ ଜଡିତ ମାମଲାରେ ପ୍ରଶ୍ନ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରକାଶ ରାଜଙ୍କୁ ବୁଧବାର ହାଇଦରାବାଦ ସ୍ଥିତ ଏସଆଇଟି କାର୍ଯ୍ୟାଳୟରେ ପ୍ରାୟ ଏକ ଘଣ୍ଟା ଧରି ପଚରାଉଚରା କରାଯାଇଛି। ତେଲଙ୍ଗାନା ସରକାର ଅବୈଧ ଅନଲାଇନ ଜୁଆ ଗତିବିଧି ରୋକିବା ପାଇଁ ଏବଂ ଏଭଳି ମାମଲାର ଯାଞ୍ଚ ପାଇଁ ସିଆଇଡିର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରିଥିଲେ।

ଏହି ପଚରାଉଚରା ପରେ ପ୍ରକାଶ ରାଜ୍ ଗଣମାଧ୍ୟମରେ କହିଛନ୍ତି ଯେ ସେ ୨୦୧୬ରେ ଏକ ଆପର ବିଜ୍ଞାପନ କରିଥିଲେ। ତେବେ ସେ ସମୟରେ ଅନଲାଇନ୍ ଜୁଆ ଆରମ୍ଭ ହୋଇନଥିଲା। ତେବେ ପରେ ସେ ଏ ସମ୍ପର୍କରେ ଜାଣିବା ପରେ ନିଜକୁ ଅଲଗା କରିଦେଇଥିଲେ। ସୂଚନାଯୋଗ୍ୟ ତେଲଙ୍ଗାନା ଗେମିଂ ଆକ୍ଟ ୨୦୧୭ ଅନୁସାରେ ରାଜ୍ୟରେ ସମସ୍ତ ପ୍ରକାର ଅନଲାଇନ୍ ଜୁଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାର୍ଚ୍ଚ ୨୦୨୫ରେ ଅନେକ ବେଆଇନ୍ ଜୁଆ ଆପ୍ ଏବଂ ସେଗୁଡିକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କ ଉପରେ ମାମଲା ରୁଜୁ ହୋଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories